www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା କଟକଣାକୁ ଫୁ ; ବିବାହରେ ଏକାଠି ହେଲେ ଶହ ଶହ ଲୋକ

ରାଜସ୍ଥାନ : ରାଜସ୍ଥାନରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ନିୟମ ଲାଗୁ କରାଯାଇଛି। ରାଜସ୍ଥାନର ଗୃହ ଜିଲାର ଜୋଧପୁରରେ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତରେ ମଧ୍ୟ ଏଠାରେ ଲୋକେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ଦେଖାଯାଇଛି। ଜୋଧପୁରରେ ସୋମବାର ରାତି ସମୟରେ ଆୟୋଜିତ ଏକ ବିବାହରେ କୋଭିଡ ନିୟକୁ ଉଲ୍ଲଙ୍ଘନ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆୟୋଜକ ପରିବାର ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଜୋଧପୁରରେ ଏହି ଧରଣର ଜରିମାନା ପ୍ରଥମ ବୋଲି କୁହାଯାଉଛି।
ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କାନକେଲାବ ଗାଁରେ ଉକ୍ତ ବିବାହ ବିଷୟରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଏତେ ସଂଖ୍ୟାରେ ଜନ ସଂଖ୍ୟା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଲୋକେ ଏକାଠି ହୋଇ ଖାଦ୍ୟ ଖାଇବା ସହ ତୁଣ୍ଡୀ ପିନ୍ଧିନଥିବା ମଧ୍ୟ ଦେଖାଯାଇଥିଲା।
ଏହାସହ ଜରିମାନା ନଭରିଲେ କରୋନା ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରାଯିବ। ଅଭିଯୁକ୍ତଙ୍କ ଗିରଫ ମଧ୍ୟ କରାଯିବ।
ରାଜସ୍ଥାନରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରେର୍ଡ ଆଲର୍ଟ ଜାରି କରାଯିବା ସହ କରୋନା ନିୟମାବଳୀ ଲାଗୁ କରାଯାଇଛି। ନିୟମାବଳୀ ଅନୁଯାୟୀ ବିବାହ ସମାରୋହରେ ୩୧ ଜଣଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ନିୟମର ଉଲ୍ଲଙ୍ଘନକାରୀଙ୍କୁ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories