www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବେଗ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତ ରବିବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସା ଯୋଗୁ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ କହିଛନ୍ତି।

ରବିବାର ସନ୍ଧ୍ୟା ଠାରୁ ୭୨ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଯୋଗୁ ଜଣେ ୮୦ ବର୍ଷ ବୟସ୍କା ବିଧବାଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଘର ଭଙ୍ଗାରୁଜା କରାଯାଇଛି ଫଳରେ ଲୋକମାନେ ଶହ ଶହ ସଂଖ୍ୟାରେ ଘର ଛାଡି ଅନ୍ୟତ୍ର ପଳାଉଥିବା ଖବର ମିଳିଛି। ଆଇନ ଏବଂ ଶୃଙ୍ଖଳା ପରିସ୍ଥିତି ସୀମା ଅତିକ୍ରମ କରିଥିବା ବେଳେ ସେଠାରେ ହିଂସା,  ଭଙ୍ଗାରୁଜା, ଅଗ୍ନି ସଂଯୋଗ, ଲୁଟ୍ ଏବଂ ହତ୍ୟା ବୃଦ୍ଧି ପାଇବାରେ ଲାଗିଛି।

- Advertisement -


ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଧନକର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ପ୍ରସଙ୍ଗରେ ଲେଖିଛନ୍ତି। ଇତି ମଧ୍ୟରେ ଟିଏମସି ପଞ୍ଚାୟତ ସଦସ୍ୟ ଶ୍ରୀ ନିବାଶ ଘୋଷଙ୍କୁ ହତ୍ୟା କରାଯାଇଛି। ଭୋଟ ଗଣତି ଫଳାଫଳ ପରେ ଉଭୟ ଟିଏମସି ଏବଂ ବିଜେପି କର୍ମୀମାନେ ରାଜନୈତିକ ହିଂସାରେ ଲିପ୍ତ ରହିବା ନେଇ ଉଭୟ ଦଳର ସମର୍ଥକମାନେ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories