www.samajalive.in
Saturday, December 6, 2025
26.1 C
Bhubaneswar

କରୋନାରୁ ଶୀଘ୍ର ସୁସ୍ଥ ହେବା ଉଦ୍ଦେଶ୍ୟରେ ଖାଆନ୍ତୁନାହିଁ ଏହି ଔଷଧ, ଅଧିକ ବିଗିଡ଼ିଯିବ ସ୍ୱାସ୍ଥ୍ୟାବସ୍ଥା

ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଡାକ୍ତରଖାନାରେ ଆଇସିୟୁ ବେଡ଼୍, ଅକ୍ସିଜେନ୍ ଏବଂ ଔଷଧ ଅଭାବରୁ ମଧ୍ୟ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ଗୃହାବଦ୍ଧରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକ ଶୀଘ୍ର ସୁସ୍ଥ ହେବା ଉଦ୍ଦେଶ୍ୟରେ ଔଷଧ କିମ୍ବା ଷ୍ଟେରଏଡର ମାତ୍ରାଧିକ ବ୍ୟବହାର କରୁଛନ୍ତି। ମାତ୍ର ସେମାନେ ଜାଣନ୍ତି ନାହିଁ ଯେ ଏହା ସେମାନଙ୍କ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ସିଷ୍ଟମେଟିକ୍ ଷ୍ଟେରଏଡର ଅଧିକ ସେବନ ରୋଗୀମାନଙ୍କ ପାଇଁ କ୍ଷତିକାରକ ହୋଇପାରେ। ବିଶେଷକରି ଯେତେବେଳେ ଏହା ରୋଗର ପ୍ରାରମ୍ଭିକ ପର୍ୟ୍ୟାୟରେ ବ୍ୟବହାର କରାଯାଏ ସେତେବେଳେ ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । କରୋନା ସଂକ୍ରମଣ ସମୟରେ ଔଷଧର ଅପବ୍ୟବହାର ନେଇ ଚେତାବନୀ ଦେଇଛନ୍ତି ଡାକ୍ତର ଗୁଲେରିଆ। ଔକ୍ଷଧ ବାବଦରେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ସେ ଜଣାଇଛନ୍ତି ।

- Advertisement -

କୋଭିଡର ଦୁଇଟି ପର୍ଯ୍ୟାୟ ରହିଛି । ପ୍ରଥମେ, ଯେତେବେଳେ ଶରୀରରେ ଭୂତାଣୁ ଯୋଗୁଁ ଜ୍ୱର କିମ୍ବା ସଂକ୍ରମଣଜନିତ ସମସ୍ୟା ଦେଖାଯାଏ। ଅନେକ ଥର ଯେତେବେଳେ ଫୁସଫୁସରେ ଭୂତାଣୁ ବିସ୍ତାର ହେବା ଆରମ୍ଭ କରେ ଏବଂ ହଠାତ୍ ଅମ୍ଳଜାନ ସ୍ତର କମିଯାଏ, ସେତେବେଳେ ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ । ଅପରପକ୍ଷରେ ସଂକ୍ରମିତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଇନଫ୍ଲାମେଟୋରି ରିଆକ୍ସନ ବଢିବାରେ ଲାଗେ ।

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ କରୋନା ସଂକ୍ରମିତ ହେବା ପରେ ଲୋକମାନେ ତୁରନ୍ତ ସିଟି ସ୍କାନ୍ କରାଉଛନ୍ତି। ତେବେ ଏନେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ, କୋଭିଡ ଆରମ୍ଭରେ ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ସିଟି ସ୍କାନରେ ୩୦୦ ଏକ୍ସ-ରେ ଭଳି ରେଡିଏସନ୍ ହୋଇଥାଏ । ଏହା ଦ୍ୱାରା କର୍କଟ ରୋଗର ଆଶଙ୍କା ବଢିଥାଏ । ବାୟୋ ମାର୍କର ତଥା ରକ୍ତ ପରୀକ୍ଷା ମଧ୍ୟ ନିଜ ମନ ମୁତାବକ କରିବା ଅନୁଚିତ୍ ।

ଅନେକ ଲୋକ ପ୍ରତି ତିନିମାସରେ ଥରେ ସିଟି ସ୍କାନ କରୁଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶିଶୁ ଏବଂ ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ କରୋନାର ଦ୍ରୁତ ଗତିରେ ବଢୁଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାରେ ରୋକ୍ ଲଗାଇବା ଜରୁରୀ। ଭୂତାଣୁର ଶୃଙ୍ଖଳ ଭାଙ୍ଗିବା ପାଇଁ ହେଲେ କରୋନା ସତର୍କତା ଓ ସଚେତନତା ଅବଲମ୍ୱନ କରିବା ଜରୁରୀ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories