www.samajalive.in
Sunday, December 7, 2025
16.1 C
Bhubaneswar

ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ

ନ୍ୟୁୟର୍କ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ବଦାନ୍ୟ ବ୍ୟକ୍ତି ଭାବରେ ସୁପରିଚିତ ବିଲ୍‍ ଗେଟ୍‍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏଥିସହିତ ସେମାନଙ୍କର ଘଟଣାବହୁଳ ୨୭ ବର୍ଷର ବୈବାହିକ ସଂପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ। ଉଭୟ ଏ ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି। ତେବେ ଜନସେବା ପାଇଁ ସେମାନଙ୍କ ଦ୍ୱାରା ଗଠିତ ଫାଉଣ୍ଡେସନର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ବିଲ୍‍ ଓ ମେଲିଣ୍ଡା। ଗେଟ୍‍ସ ଦମ୍ପତି ସେମାନଙ୍କର ନିଷ୍ପତ୍ତି ସଂପର୍କିତ ଏକ ଲେଖା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ଥାନିତ କରିଛନ୍ତି। ଏଥିରେ ସେମାନେ କହିଛନ୍ତି ଯେ, ପରସ୍ପର ଠାରୁ ଅଲଗା ହେଉଥିଲେ ମଧ୍ୟ ତାହା ଫାଉଣ୍ଡେସନର କାର୍ଯ୍ୟକୁ ପ୍ରଭାବିତ କରିବନାହିଁ। ସେମାନେ ମିଳିତ ଭାବରେ ବିଲ୍‍ ଓ ମେଲିଣ୍ଡା ଗେଟ୍‍ସ ଫାଉଣ୍ଡେସନରେ କାର୍ଯ୍ୟ କରିବେ। ଏହି ଫାଉଣ୍ଡେସନ ସାରା ବିଶ୍ୱରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗଗୁଡିକ କ୍ଷେତ୍ରରେ କାର୍ଯ୍ୟ କରୁଛି।
ଦୁହେଁ ଏକ ମିଳିତ ବିବୃତିରେ ଏଥିରେ କହିଛନ୍ତି, ବହୁବାର ଚିନ୍ତନ ଏବଂ ସେମାନଙ୍କ ସଂପର୍କକୁ ନେଇ ଅନେକ କାର୍ଯ୍ୟ କରିବା ପରେ ସେମାନେ ବୈବାହିକ ସଂପର୍କରେ ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୨୭ ବର୍ଷ ଧରି ସେମାନେ ନିଜର ତିନି ପିଲାଙ୍କର ଯତ୍ନନେଇ ସେମାନଙ୍କୁ ବଡ କରିଛନ୍ତି ଏବଂ ଏକ ଫାଉଣ୍ଡେସନ ଗଠନ କରିଛନ୍ତି, ଯାହା ବିଶ୍ୱବ୍ୟାପୀ ଲୋକଙ୍କୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିବା ଦିଗରେ କାର୍ଯ୍ୟ କରୁଛି।
ସେମାନେ ଏବେ ମଧ୍ୟ ସେହି ଲକ୍ଷ୍ୟରେ ବିଶ୍ୱାସ ରଖିଛନ୍ତି ଏବଂ ଫାଉଣ୍ଡେସନରେ ମିଳିତ ଭାବେ କାର୍ଯ୍ୟ କରିବେ। କିନ୍ତୁ ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ଦମ୍ପତ୍ତି ଭାବରେ ଏକତ୍ର ରହିପାରିବେ ବୋଲି ଆଉ ବିଶ୍ୱାସ କରୁନାହାନ୍ତି।
ବ୍ଲୁମବର୍ଗ ଅରବପତି ତାଲିକାରେ ବିଶ୍ୱର ଚତୁର୍ଥ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚିତ ବିଲ୍‍ ଗେଟ୍‍ସଙ୍କ ସମ୍ପତ୍ତି ପରିମାଣ ୧୪୬ ବିଲିଅନ ଡଲାର। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ ଜେଫ ବେଜୋସ ଓ ତାଙ୍କ ପତ୍ନୀ ମ୍ୟାକେଞ୍ଜିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିବାର ଦୁଇବର୍ଷ ପରେ ଗେଟ୍‍ସ ଦମ୍ପତିଙ୍କ କ୍ଷେତ୍ରରେ ତାହା ଘଟିଛି। ୧୯୬୫ରେ ବିଲ୍‍ ଗେଟ୍‍ସ ମାଇକ୍ରୋସଫ୍ଟ ସ୍ଥାପନ କରିଥିଲେ। ଗତବର୍ଷ ମାର୍ଚ୍ଚରେ ସେ ଫାଉଣ୍ଡେସନରେ ଜନସେବା କାର୍ଯ୍ୟରେ ନିଜକୁ ସଂପୂର୍ଣ୍ଣ ଭାବରେ ନିୟୋଜିତ ରଖିବାକୁ ମାଇକ୍ରୋସଫ୍ଟର ନିର୍ଦ୍ଦେଶକ ମଣ୍ଡଳୀରୁ ଓହରି ଯାଇଥିଲେ। ୧୯୯୪ରେ ବିଲ୍‍ ଓ ମେଲିଣ୍ଡାଙ୍କର ବିବାହ ହୋଇଥିଲା। ତାହା ପୂର୍ବରୁ ବିଲ୍‍ ଜଣେ ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବାବେଳେ ୧୯୮୭ରେ ମେଲିଣ୍ଡାଙ୍କୁ ଭେଟିଥିଲେ। ୨୦୦୦ରେ ଏହି ଦମ୍ପତି ବିଲ୍‍ ଓ ମେଲିଣ୍ଡା ଗେଟ୍‍ସ ଫାଉଣ୍ଡେସନ ସ୍ଥାପନ କରିଥିଲେ। ଏହି ପ୍ରତିଷ୍ଠାନ ବିଶ୍ୱରେ ଦାରିଦ୍ର୍ୟ, ରୋଗ ଓ ଅସମାନତା ବିରୋଧୀ ଲଢେଇରେ ଏପର୍ଯ୍ୟନ୍ତ ୫୩.୮ ବିଲିଅନ ଡଲାର ଖର୍ଚ୍ଚ କରିସାରିଛି। ଏହି ସଂଗଠନ କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ମଧ୍ୟ ୧.୭୫ ବିଲିଅନ ଡଲାର ନିବେଶ କରିଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories