www.samajalive.in
Tuesday, December 9, 2025
15.1 C
Bhubaneswar

ବାଧ୍ୟତାମୂଳକ ଅବସର ସୁପାରିସରେ ରାଷ୍ଟ୍ରପତିଙ୍କ ମୋହର : ବାବୁ ଅଭୟକାନ୍ତ ବିଦା

ଭୁବନେଶ୍ୱର : କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଗିରଫ ହୋଇ ଜେଲରେ ଥିବା ୧୯୮୭ ମସିହାର ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅଭୟକାନ୍ତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ଲାଗି ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଥିଲେ। ନିକଟରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ଏହି ସୁପାରିସକୁ ସବୁଜ ସଙ୍କେତ ଦେବା ପରେ ଅଭୟଙ୍କୁ ଚାକିରିରୁ ବିଦା କରାଯାଇଛି। ଅଭୟଙ୍କୁ ମିଶାଇ ରାଜ୍ୟ ସରକାର ମୋଟ ୧୧୮ଜଣ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ଦୁର୍ନୀତି ନିବାରଣ ବିଭାଗ ଗତ ବର୍ଷ ନଭେମ୍ବର ୨୫ରେ ଅଭୟକାନ୍ତଙ୍କ ସ୍ଥାନୀୟ ସରକାରୀ ବାସଭବନ ସହିତ ମୁମ୍ବଇ, ପୁଣେ, ରାଜସ୍ଥାନ ଓ ବିହାର ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଅଭୟକାନ୍ତଙ୍କ ସହିତ ତାଙ୍କ ପୁଅ ଆକାଶ ପାଠକକୁ ପୁଣେରୁ ଗିରଫ କରାଯାଇଥିଲା। ତେବେ ଖୋଳତାଡ ବେଳେ ଅଭୟକାନ୍ତ ଏବଂ ତାଙ୍କ ପୁଅ ଆକାଶ ନାମରେ ୧୪.୭୭ କୋଟି ଟଙ୍କାର ସମ୍ପତ୍ତି ଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଭୟଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିଲା। ଅଭୟକାନ୍ତ ବେଆଇନ୍‍ ଭାବେ ଠୁଳ କରିଥିବା ଟଙ୍କାକୁ ଆକାଶ ନୂଆପଲ୍ଲୀ ଅଞ୍ଚଳରେ ଥିବା ତାଙ୍କର ଏକ ବ୍ୟାଙ୍କ ଜମାଖାତାରେ ରଖିଥିଲେ। ଆକାଶ ନିଜକୁ ଟାଟା କମ୍ପାନୀର ଏକ ବରିଷ୍ଠ ଅଧିକାରୀ ଥିବା ପରିଚୟ ଦେଇ ଚାକିରି କରାଇ ଦେବା ଆଳରେ ଶତାଧିକ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ଟାଟା କମ୍ପାନୀ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଶାଖାରେ ଅଭିଯୋଗ କରାଯାଇଥିଲା। ଦୁର୍ନୀତି ନିବାରଣ ବିଭାଗ ଘଟଣାର ଖୋଳତାଡ଼ କରିବା ବେଳେ ଏନେଇ ଅପରାଧ ନିୟନ୍ତ୍ରଣ ଶାଖା ମଧ୍ୟ ଖୋଳତାଡ଼ କରିଥିଲା।
ଏହି ଠକେଇ ଓ ଜାଲିଆତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଛତ୍ରପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୁଣେରେ ଏକ ବଙ୍ଗଳାକୁ ମାସିକ ୫ ଲକ୍ଷ ଟଙ୍କା ଭଡ଼ାରେ ନେଇ ଆକାଶ ରହୁଥିଲା। ଦାମୀ କାର୍‍ ଭଡ଼ାରେ ନେଇ ଯାତାୟାତ ସହ ବେଶ୍‌ ଅୟସ କରୁଥିଲା। ଆକାଶ କରୋନା କଟକଣା ସମୟରେ ଘରୋଇ ବିମାନ ବ୍ୟବହାର କରି ୧୩ ଥର ମୁମ୍ବଇ ଓ ପୁନେ ଯାତ୍ରା କରିଥିଲା। ବିମାନ ଯାତ୍ରା ବାବଦରେ ସେ ୨.୭୮ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଏକ ସଂସ୍ଥାର ୬୫.୧୬ ଲକ୍ଷ ଟଙ୍କା ବକେୟା ରଖିଥିଲା। ଏହି ଟଙ୍କା ବାବଦରେ ସେ ଉକ୍ତ ସଂସ୍ଥାର ମୁଖ୍ୟକୁ ଧମକ ଦେଇଥିବାରୁ ଏନେଇ ଖାରବେଳ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ କରୁଥିବା ଦୁର୍ନୀତି ମାମଲାରେ ଅଦାଲତରେ ଅଭିଯୋଗ ଫର୍ଦ ଦାଖଲ କରାଯାଇସାରିଲାଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories