www.samajalive.in
Monday, December 8, 2025
27.1 C
Bhubaneswar

ଗୋଳନ୍ଥରା ଥାନା ପରିସରରେ ଅଭିଯୁକ୍ତର ଆତ୍ମହତ୍ୟା

ଗୋପାଳପୁର : ଗୋଳନ୍ଥରା ଥାନା ପରିସରରେ ସୋମବାର ଅପରାହ୍ନରେ ଜଣେ ଅଭିଯୁକ୍ତ ନିଜ ଅଣ୍ଟାରେ ପିନ୍ଧିଥିବା ବେଲଟରେ  ଫାଶି ଦେଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ ଆଜି ଅପରାହ୍ନରେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ଭାଇଙ୍କ ଏକ ଫ୍ଲାଇ ଆସ ଇଟା ଫ୍ୟାକ୍ଟ୍ରି ରେ ଶ୍ରମିକ ମାନଙ୍କୁ ଗାଳିଗୁଲଜ କରିବା ମାଡ ମାରିଥିଲା। ଏହାକୁ ନେଇ ଅଜିତଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରାଯାଇଥିଲା। ଏହି କ୍ରମରେ ଗୋଳନ୍ଥରା ପୁଲିସ ଗଣେଶକୁ ନେଇ ଥାନାରେ  ଅଟକ ରଖିବା ସହ ଥାନା ପରିସରରେ ଥିବା ଶିଶୁ ଓ ମହିଳା ଡ୍ୟାସ୍କ ତଥା ଅଭ୍ୟର୍ଥନା କକ୍ଷରେ ରଖି ପଚରାଉଚରା କରିଥିଲେ। ପ୍ରାୟ ଅପରାହ୍ନ ସାଢେ଼ ଚାରିଟା ବେଳେ ଅଚାନକ ସେଠାରେ କୈାଣସି ପୁଲିସ କର୍ମଚାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିଜ ପ୍ୟାଣ୍ଟ୍ରେ ପିନ୍ଧିଥିବା ବ୍ୟାଲ୍ଟ ରେ ଅଭ୍ୟର୍ଥନା କକ୍ଷ ପରିସରରେ ଏକ ହୁକରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ଜଣାପଡ଼ିବା ପରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ଅଧିକାରୀ ଥାନାରେ ପହଞ୍ଚି ଘଟଣା ନେଇ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଗଣେଶ ଗତ ୨୦୧୭ରେ ହଳଦିଆପଦରରେ ଘଟିଥିବା ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ସହ ଜାମିନରେ ଆସି ଗାଁ ରେ ରହିଥିବା ଅନେକ ସମୟରେ ଅଞ୍ଚଳରେ ଲୋକ ମାନଙ୍କୁ ହଇରାଣ କରିବା ସହ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories