ମାଲକାନଗିରି : ଖୋଲା ଆକାଶ ତଳେ ପ୍ରସବ.. ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର। ଏଭଳି ଏକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ। ଜିଲ୍ଲାର କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗାଁର ଜଣେ ପ୍ରସୁତି ମହିଳା ପ୍ରସବ ବେଦନା ରେ ଛଟପଟ ହୋଉ ଥିଲେ। ୧୦୨ ଆମ୍ବୁଲାନ୍ସକୁ ଆଶା ଦିଦି ଫୋନ ସିନା କଲେ, ତେବେ ଗାଁକୁ ଆମ୍ବୁଲାନ୍ସ ପହଁଚିବା ଲାଗି ରାସ୍ତା ନ ଥିଲା। ଆଉ ପ୍ରସୁତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କାଳ ବିଳମ୍ବ ନ କରି ଖଟ ଓ ଲୁହା ପାଇପ ସହାୟତାରେ ଦୋଳା ତିଆରି କରି ୪ କିଲୋମିଟର ପ୍ରସୁତିଙ୍କୁ ବୋହି ନେଇ ଥିଲେ ଆମ୍ବୁଲାନ୍ସ ଡ୍ରାଇଭର ରାମୋ ହିଆଲ ଓ ପ୍ରସୁତିଙ୍କ ସ୍ବାମୀ। ତେବେ ଆମ୍ବୁଲାନ୍ସ ନିକଟରେ ପହଁଚିବା ପୁର୍ବରୁ ଖୋଲା ଆକାଶ ତଲେ ଜମଜ ସନ୍ତାନକୁ ଜନ୍ମଦେଇ ଥିଲେ ପ୍ରସୁତି। ଏହି ହୃଦୟ ବିଦାରକ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି। ମା’ ର ପ୍ରସବ ବେଦନା ଓ ଅସହାୟ ଦୁଇ କୁନି ଛୁଆଙ୍କୁ ପରେ ୧୦୨ ଆମ୍ବୁଲାନ୍ସ ଯୋଗେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି ।
Popular Categories



