www.samajalive.in
Monday, December 8, 2025
24.1 C
Bhubaneswar

ନିର୍ବାଚନ ପରିଚାଳନାରୁ ଅବ୍ୟାହତି ଘୋଷଣାକଲେ ପ୍ରଶାନ୍ତ କିଶୋର

• ନିର୍ବାଚନ ଆୟୋଗ ଭାଜପାର ହାତବାରିସି ହୋଇଛନ୍ତି

• କଂଗ୍ରେସ ନିଜକୁ ସୁଧାରିବା ଆବଶ୍ୟକ

- Advertisement -

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ନିର୍ବାଚନ ପରିଚାଳନାରୁ ଅବ୍ୟାହତି ନେଇଛନ୍ତି ପ୍ରଶାନ୍ତ କିଶୋର। ସୂଚନାଯୋଗ୍ୟ ଯେ ରାଜ୍ୟରେ ଅନୁଷ୍ଠିତ ଚଳିତ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ତୃଣମୂଳ ପାଇଁ ନିର୍ବାଚନି ରଣକୋୖଶଳ ପ୍ରସ୍ତୁତ କରିଥିଲେ। ତେବେ ରବିବାର ଦିନ ଭୋଟଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିବାପରେ ପ୍ରଶାନ୍ତ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଅବସର ନେବା ବିଷୟ ଘୋଷଣା କରିଥିଲେ। ସେ କହିଥିଲେ ଯେ ଏହି ଦାୟିତ୍ୱରୁ ଅବ୍ୟାହତି ନେବାକୁ ସେ ବହୁପୂର୍ବରୁ ଚିନ୍ତା କରୁଥିଲେ ଏବଂ ସେଥିପାଇଁ ଏକ ସୁଯୋଗ ଅପେକ୍ଷାରେ ରହିଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ତାଙ୍କୁ ଏହି ସୁଯୋଗ ଦେଇଛି।

ତାଙ୍କର ରାଜନୈତିକ ଲକ୍ଷ୍ୟ ସମ୍ପର୍କରେ ପଚାରିବାରୁ ପ୍ରଶାନ୍ତ କିଶୋର କହିଥିଲେ, ରାଜନୀତିରେ ଯୋଗଦେବା ବିଷୟ ସେ ସବୁସମୟରେ ବିଚାର କରିଛନ୍ତି, ସେ ତାହା ମଧ୍ୟ କରିଛନ୍ତି, କିନ୍ତୁ ବିଫଳ ହୋଇଛନ୍ତି। ଏବେ ସେ କଣ କରିବା ଉଚିତ ତାହା ଗଭୀର ଭାବରେ ଚିନ୍ତାକରିବେ। ତେବେ ତାଙ୍କ ସହିତ ଯେଉଁମାନେ ମିଶି ନିର୍ବାଚନ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିଲେ ଏବେ ସେମାନଙ୍କୁ ସେ ଉକ୍ତ ଦାୟିତ୍ୱ ଅର୍ପଣ କରିବେ। କାରଣ ବାସ୍ତବପକ୍ଷେ ସେମାନେ ସବୁକିଛି କରିଛନ୍ତି। ବର୍ତ୍ତମାନ ପାଇଁ ସେ ବିରତି ନେଇ ପରିବାର ସହିତ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ବିଜେପିର ବିଫଳତା ସମ୍ପର୍କରେ ସେ କହିଥିଲେ ଯେ, ମମତା ବାନାର୍ଜୀ କ୍ଷେତ୍ରସ୍ତରରେ ଯେଉଁ ପରିବର୍ତ୍ତନ କରିଥିଲେ ସେଥିରେ ଭାଜପା ବାଧକ ସାଜିପାରିଲା ନାହିଁ। ତାହାସହିତ ଭାଜପା ଏକକ ଆଭିମୁଖ୍ୟ ନେଇ ଚାଲିଥିଲା ଏବଂ ତାହା ଦଳର ରଣକୋୖଶଳରେ ପରିବର୍ତ୍ତନ ଆଣିବାକୁ ନମନୀୟତା ପ୍ରଦର୍ଶନ କଲାନାହିଁ।

ଏହି ଅବସରରେ ପ୍ରଶାନ୍ତ ଦେଶର ନିର୍ବାଚନ ଆୟୋଗଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ, ଭାରତର ନିର୍ବାଚନ ଆୟୋଗ ଭାଜପାର ହାତବାରିସି ପାଲଟିଛି। କେନ୍ଦ୍ରୀୟ ନେତାମାନଙ୍କୁ ନିର୍ବାଚନ ପୂର୍ବରୁ ପ୍ରଚାର କରିବାକୁ ସୁଯୋଗ ଦେବାପାଇଁ ରାଜ୍ୟରେ ୮ ପର୍ଯ୍ୟାୟରେ ଭୋଟଗ୍ରହଣ କରାଗଲା। ଏଥିସହିତ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଆୟୋଗ ନିର୍ବାଚନ କରାଇଲେ। କାରଣ ଏହା ଭାଜପାକୁ ସେଥିପାଇଁ ମନା କରିପାରିନଥାନ୍ତେ। ଲୋକସଭା ନିର୍ବାଚନରେ ଯେଉଁ ଆସନରେ ଭାଜପା ଜିତିଥିଲା, ସେହି ଆସନଗୁଡିକ ଅନ୍ତର୍ଗତ ବିଧାନସଭା ଆସନରେ ପ୍ରଥମେ ନିର୍ବାଚନ କରାଗଲା। ଏଭଳି ପକ୍ଷପାତମୂଳକ ନିର୍ବାଚନ ଆୟୋଗ ସେ କେବେ ଦେଖିନଥିବା କହିଛନ୍ତି ପ୍ରଶାନ୍ତ। ବିରୋଧୀ ଦଳଗୁଡିକ ସମବେତ ଭାବରେ ଏହା ବିରୁଦ୍ଧରେ ସ୍ୱର ଉଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଦଳ ଆତ୍ମସମୀକ୍ଷା କରି ନିଜକୁ ସୁଧାରିବା ଦରକାର ବୋଲି ସେ ମତ ଦେଇଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ ମମତା ବାନାର୍ଜୀ ଲୋକସଭା ନିର୍ବାଚନରେ ପରାଜୟ ପରେ ନିଜ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ସେଥିରେ ସଂଶୋଧନ କରିଥିଲେ। କିନ୍ତୁ କଂଗ୍ରେସ ନିଜର ତ୍ରୁଟି ସୁଧାରୁନାହିଁ। ଭୁଲ କେଉଁଠି ରହୁଛି ତାହା କଂଗ୍ରେସକୁ ଚିନ୍ତନ କରିବାକୁ ହେବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories