www.samajalive.in
Sunday, December 7, 2025
15.1 C
Bhubaneswar

ଭାରତକୁ ଆସୁଥିବା ଚିକିତ୍ସା ଉପକରଣକୁ ଅଟକାଉଛି ଚୀନ

ୱାଶିଂଟନ: କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଭାରତର ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ସମୟରେ ବିଶ୍ଵର ବିଭିନ୍ନ ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। କେଉଁ ଦେଶରୁ ଅମ୍ଳଜାନ ଆସିଲାଣି ତ ଆଉ କେଉଁ ଦେଶରୁ ଅମ୍ଳଜାନ ପ୍ରସ୍ତୁତକାରୀ ଉପକରଣ ଆସୁଛି। ଆମେରିକା ଏହି କଠିନ ସମୟରେ ଭାରତ ସହ ଛିଡ଼ା ହେବା ସହିତ ସମସ୍ତ ସହାୟତା ଯୋଗାଇଦେଉଛି। କିନ୍ତୁ ଭାରତକୁ ଆସୁଥିବା ଚିକିତ୍ସା ଉପକରଣକୁ ଚୀନ ଅଟକାଉଥିବା ଜଣାପଡ଼ିଛି। ଆମେରିକାର ବ୍ୟବସାୟିକ ଗୋଷ୍ଠୀ ୟୁଏସଆଇଏସପିଏଫର ସିଇଓ ମୁକେଶ ଅଘୀ ଏହି ଦାବି କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ମୁକେଶ କହିଛନ୍ତି, ତାଙ୍କ ତରଫରୁ ଭାରତକୁ ୧ ଲକ୍ଷ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଯୋଗାଇ ଦିଆଯିବ। ମେ ମାସ ଶେଷ ସୁଦ୍ଧା ୟୁଏସଆଇଏସପିଏଫ ତରଫରୁ ଭାରତକୁ ୩୧ ହଜାର କନ୍‌ସେନ୍‌ଟ୍ରେଟର ମିଳିବ। ଏହି କଠିନ ସମୟରେ ଆମେରିକା ଭାରତ ସହିତ ରହିଛି ଏବଂ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ। ମୁକେଶ ଆହୁରି କହିଛନ୍ତି ଯେ, ସାରା ବିଶ୍ଵ ଭାରତର ସହାୟତା କରିବାକୁ ଚାହୁଁଛି, କିନ୍ତୁ ଚୀନ ସେଥିରେ ବଡ଼ ବାଧା ସୃଷ୍ଟି କରୁଛି।

- Advertisement -

ମୁକେଶ କହିଛନ୍ତି, ୟୁଏସଆଇଏସପିଏଫ ପକ୍ଷରୁ ପଠାଯାଇଥିବା ଏକ ଶିପ୍‌ମେଣ୍ଟକୁ ଚୀନ ତରଫରୁ ଅଟକାଯାଇଥିଲା। ସେ ସମୟରେ ଚୀନ କହିଥିଲା ଯେ, ଚୀନ ତରଫରୁ ଭାରତ ସହିତ କାର୍ଗୋ ଏୟାରକ୍ରାଫ୍ଟ ଉପରେ ରୋକ୍‌ ଲଗାଯାଇଛି। ଚୀନର ଏପରି ଆଭିମୁଖ୍ୟ ଯୋଗୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ଚିକିତ୍ସା ଉପକରଣ ପହଞ୍ଚାଯାଇ ପାରି ନ ଥିଲା।

ସେ ଆହୁରି କହିଛନ୍ତି, କରୋନା  ଲଢ଼େଇରେ ଚୀନ ଏକ ବଡ଼ ବାଧକ। ଭାରତକୁ ମିଳିବାକୁ ଥିବା ୧ ହଜାର ଅମ୍ଳଜାନ କନ୍‌ସେନ୍‌ଟ୍ରେଟରକୁ ଜାପାନ ଦେଇ ଅଣାଯିବ ବୋଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories