www.samajalive.in
Sunday, December 7, 2025
16.1 C
Bhubaneswar

୩୦ ମିନିଟରେ କରୋନା ରୋଗୀଙ୍କ ବିଲ୍‌ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହେବାରେ ବିଳମ୍ବ ହେଉଛି। ଏହାର କାରଣ ହେଉଛି ବୀମା କମ୍ପାନୀଗୁଡ଼ିକ ସେମାନଙ୍କ ବିଲ୍‌ ମଞ୍ଜୁର କରିବାରେ ବିଳମ୍ବ କରୁଛନ୍ତି। ଫଳରେ ଅନ୍ୟ ରୋଗୀଙ୍କୁ ଶଯ୍ୟା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ଦିଲ୍ଲୀ ହାଇକୋର୍ଟ ଗୁରୁବାର ବୀମା କମ୍ପାନୀଗୁଡ଼ିକୁ ୩୦ ମିନିଟରୁ ୧ ଘଣ୍ଟା ମଧ୍ୟରେ କରୋନା ରୋଗୀଙ୍କ ବିଲ୍‌ ମଞ୍ଜୁର କରିବାକୁ ନିର୍ଦେଶ ଦେଇଛନ୍ତି। ଯାହା ଫଳରେ ରୋଗୀ ଶୀଘ୍ର ଡିସଚାର୍ଜ ହେବେ ଏବଂ ଅନ୍ୟ ରୋଗୀଙ୍କୁ ତୁରନ୍ତ ଶଯ୍ୟା ମିଳିପାରିବ।

ବିଚାରପତି ପ୍ରତିଭା ଏମ. ସିଂହ ଏକ ମାମଲାର ଶୁଣାଣି କରିବା ସମୟରେ ବୀମା କମ୍ପାନୀଗୁ୍‌ଡ଼ିକୁ ଚେତାବନୀ ଦେଇ କହିଛନ୍ତି, ଯଦି କୋର୍ଟଙ୍କୁ କୌଣସି ବୀମା କମ୍ପାନୀ ଅଥବା ତୃତୀୟ ପକ୍ଷ ପ୍ରଶାସକ (ଟିପିଏ) ପ୍ରୋସେସିଂ ବୀମା ବିଲ୍‌ ମଞ୍ଜୁର କରିବା ଲାଗି ୬/୭ ଘଣ୍ଟାର ସମୟ ନେଉଥିବା ସୂଚନା ମିଳେ, ତେବେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୀମା କମ୍ପାନୀଗୁଡ଼ିକ ବା ଟିପିଏକୁ ଡାକ୍ତରଖାନାରୁ ଅନୁରୋଧପତ୍ର ପ୍ରାପ୍ତ ହେବା ପରେ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ଦେବାରେ ୩୦ କିମ୍ବା ୬୦ ମିନିଟରୁ ଅଧିକ ସମୟ ନେବା ଉଚିତ ନୁହେଁ। କୋର୍ଟ ବୀମା ନିୟାମକ ଆଇଆରଡିଏଆଇକୁ ଏ ସମ୍ବନ୍ଧରେ ନିର୍ଦେଶ ଜାରି କରିବାକୁ ଆଦେଶ ଦେଇଛନ୍ତି।

- Advertisement -

ଏହାବ୍ୟତୀତ ଅଦାଲତଙ୍କ ପକ୍ଷରୁ ଡାକ୍ତରଖାନା ପରିଚାଳକଙ୍କୁ ବି ନିର୍ଦେଶ ଦେଇ କହିଛନ୍ତି, ରୋଗୀଙ୍କ ଡିସଚାର୍ଜ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ନୂଆ ରୋଗୀଙ୍କୁ ଭର୍ତ୍ତି କରିବା ପ୍ରକ୍ରିୟା ଜାରି ରଖନ୍ତୁ। ଫଳରେ ରୋଗୀଙ୍କ ଶଯ୍ୟା ଖାଲି କରିବା କ୍ଷଣି ବିନା ବିଳମ୍ବରେ ଅନ୍ୟ ରୋଗୀଙ୍କୁ ଶଯ୍ୟା ମିଳିପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories