www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ୧୨ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ବୁଧବାର ସୁଦ୍ଧା ରାଜ୍ୟରେ ଟିକାକରଣ  ୫୭ ଲକ୍ଷ ୪୮ ହଜାର ୭୬୯ରେ ପହଞ୍ଚିଛି। ଆଜି ୪୬୯ଟି କେନ୍ଦ୍ରରେ ୪୩ ହଜାର ୮୫୩ ହିତାଧିକାରୀଙ୍କୁ ଟିକା ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ୨୨ ହଜାର ୪୭୫ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ଓ ୧୮ ହଜାର ୪୬୪ ଜଣଙ୍କୁ ଦ୍ବିତୀୟ ପାନ ଟିକା ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଅଛନ୍ତି। ମଙ୍ଗଳବାର ରାତି ୮ଟା ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟରେ ୧ ଲକ୍ଷ ୧୯ହଜାର ୨୨୦ କୋଭିସିଲ୍ଡ ଟିକା ଓ ୩ ଲକ୍ଷ ୪୬ ହଜାର ୪୪୦ କୋଭାକ୍ସିନ ଟିକା ରହିଥିଲା। ଆଜି ଟିକା ପ୍ରଦାନ ପରେ ୪ ଲକ୍ଷ ୨୧ ହଜାର ୮୦୭ ଟିକା ବଳକା ରହିଛି।

ଆଜି ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ। ଖୋର୍ଦ୍ଧା ଜିଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି। ତେବେ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଦୈନିକ ଟିକାକରଣ ୨ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଆଜି ଟିକାକରଣ ୫୦ ହଜାର ବି ଛୁଇଁ ପାରିନି।
ଅନ୍ୟପକ୍ଷରେ ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ମାଗଣାରେ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଅଗ୍ରିମ ଦେଇଥିଲେ ମଧ୍ୟ ଟିକା ମେ’ ପହିଲା ସୁଦ୍ଧା ମିଳିପାରିବନି। ତେଣୁ ଟିକା ସେଠାରୁ ଆସିବା ପ‌େ‌ର ଟିକାକରଣ ହେବ। ଅନ୍ୟପକ୍ଷରେ କେନ୍ଦ୍ର ପଠାଉଥିବା ଟିକା ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories