www.samajalive.in
Wednesday, December 10, 2025
18.1 C
Bhubaneswar

କର୍ଣ୍ଣାଟକରେ ୧୪ ଦିନିଆ କର୍ଫ୍ୟୁ

ବେଙ୍ଗାଲୁରୁ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି। ଦୈନିକ ସଂକ୍ରମଣ ସାଢ଼େ ୩ ଲକ୍ଷ ଅତିକ୍ରମ କରିଛି। ଫଳରେ ବିଭିନ୍ନ ରାଜ୍ୟରେ ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ ଏବଂ ରେମଡେସିଭର ଇଞ୍ଜେକ୍ସନର ଅଭାବ ଦେଖାଦେଇଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଉପରେ ନିର୍ଭର କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି।

ଆସନ୍ତା ମଙ୍ଗଳବାର ରାତି ୯ଟାରୁ ୧୪ ଦିନ ପାଇଁ ରାଜ୍ୟବ୍ୟାପୀ କର୍ଫ୍ୟୁ ବା ଲକଡାଉନ ଲାଗୁ କରାଯିବ। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ବି. ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି। ତେବେ ଏହି ୧୪ ଦିନ ମଧ୍ୟରେ ଜରୁରୀ ସେବାଗୁଡ଼ିକ ଜାରି ରହିବ। ଜରୁରୀ ସେବା ବାଦ୍‌ ଅନ୍ୟ ସମସ୍ତ ସେବା ବନ୍ଦ ରହିବ। କିରାନା ଦୋକାନ, ଦୁଗ୍ଧ ଏବଂ ପରିବା ଦୋକାନ କେବଳ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ଖୋଲା ରହିବ। ସର୍ବସାଧାରଣ ପରିବହନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories