www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆ ଭୂତାଣୁ ଖୋଜିବାରେ ଚୀନ ସେନାକୁ ସହାୟତା କରୁଛି ଉହାନ ଲ୍ୟାବ୍‌

କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ଏବେ ବି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ବିଭିନ୍ନ ଦେଶ ଏଥିପାଇଁ ଚୀନର ଉହାନ ଲାବରେଟୋରିକୁ ଅନେକ ଥର ଦୋଷ ଦେଇଛନ୍ତି। କିନ୍ତୁ ଚୀନ ବାରମ୍ବାର ମନା କରିଆସିଛି। ମାତ୍ର ଏକ ଇଂଲିଶ ଖବରକାଗଜ ଚୀନର ଉହାନ ଲାବରେଟୋରି ଭିତରେ ଚାଲିଥିବା ଗୁପ୍ତ ଷଡ଼ଯନ୍ତ୍ର ବିଷୟରେ ପର୍ଦ୍ଦାଫାଶ କରିଛି। ଯାହାକୁ ନେଇ ସାରା ବିଶ୍ବ ଚକ୍କିତ ହୋଇପଡ଼ିଛି। ଚୀନ ସେନାର ଅନେକ ଗୁପ୍ତ ପ୍ରୋଜେକ୍ଟରେ ଉହାନ ଲାବରେଟୋରି ସହାୟତା କରିଛି ବୋଲି ଉକ୍ତ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

ଚୀନ ସେନା ପାଇଁ ଉହାନ ଲାବରେଟୋରିରେ ଅନେକ ପଶୁଙ୍କଠାରେ ରହିଥିବା ବିପଜ୍ଜନକ ଭୂତାଣୁ ଖୋଜିଛି। ଗତ ୯ ବର୍ଷ ମଧ୍ୟରେ ଏହି ଲ୍ୟାବ୍‌ର ବୈଜ୍ଞାନିକମାନେ ନୂଆ ଭୂତାଣୁ ଖୋଜିବା ଏବଂ ରୋଗ ବ୍ୟାପ୍ତ କରାଇବା ପାଇଁ ଉଦ୍ଦିଷ୍ଟ ଜୀବ ବିଜ୍ଞାନର ‘ଡାର୍କ ମ୍ୟାଟର’ ଉପରେ ଗବେଷଣା କରୁଥିଲେ ବୋଲି ଖବରକାଗଜରେ ଦାବି କରାଯାଇଛି। ଏଥିରେ ଚୀନର ସୈନ୍ୟ ଅଧିକାରୀମାନେ ବି ସାମିଲ ରହିଛନ୍ତି। ଗତବର୍ଷ ଜାନୁୟାରୀରେ ଜଣେ ଚୀନ ବୈଜ୍ଞାନିକ ଏକ ଜର୍ନାଲ ପ୍ରକାଶିତ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ, ବିଗତ ୩ ବର୍ଷରେ ଭିତରେ ଏଠାରେ ୧୪୩ ପ୍ରକାର ନୂଆ ରୋଗର ଅନୁସନ୍ଧାନ କରାଯାଇଛି।

- Advertisement -

ରିପୋର୍ଟରେ ଦର୍ଶାଯାଇଛି ଯେ, ଚୀନର ଉହାନ ଲ୍ୟାବରେ ବୈଜ୍ଞାନିକମାନେ ପଶୁଙ୍କଠାରେ ଭୂତାଣୁ ଖୋଜିବା ଲାଗି ଚୀନ ସେନାର ସହାୟତା କରିଥିଲେ। ଏଥିରେ ୫ଟି ଟିମ୍‌ ଲିଡରଙ୍କ ମଧ୍ୟରେ ‘ବ୍ୟାଟ୍‌ ୱମ୍ୟାନ’ ବା ବାଦୁଡ଼ି ମହିଳା ନାମରେ ଜଣାଶୁଣା ଶି ଝୋଙ୍ଗଲି ଏବଂ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ କାଓ ଭୁଚୁନ ବି ରହିଥିଲେ। ସେମାନେ ଭୂତାଣୁ ନମୁନା ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଥିବା ଗୁମ୍ଫାକୁ ଯାଇଥିଲେ।  ଆମେରିକାର ୱେଣ୍ଡନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଅଭିଯୋଗ କରିଛି ଯେ, ଏଭଳି ଭୂତାଣୁ ବ୍ୟାପ୍ତ କରାଇବାରେ ଚୀନର ନାଗରିକ ଏବଂ ସେନା ଉଭୟ ସାମିଲ ଅଛନ୍ତି। ଚୀନ ବିରୋଧରେ ପୂର୍ବରୁ ବି ଅଭିଯୋଗ ହୋଇଛି ଯେ ଉହାନ ଲ୍ୟାବରୁ ହିଁ କରୋନା ଭୂତାଣୁ ବ୍ୟାପିଛି। କିନ୍ତୁ ଚୀନ ଏହାକୁ ସ୍ବୀକାର କରିନାହିଁ। ଏପରି କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବି ସ୍ପଷ୍ଟ କରିଦେଲା ଯେ ଉହାନ ଲ୍ୟାବରୁ କରୋନା ବ୍ୟାପି ନାହିଁ। ବରଂ ଏହା କୌଣସି ପଶୁଠାରୁ ମଣିଷକୁ ବ୍ୟାପିଛି।

ସୂଚନାଯୋଗ୍ୟ, ଗତ ମାସରେ ଆମେରିକା ଓ ବ୍ରିଟେନ ସମେତ ୧୨ ଦେଶ ଚୀନକୁ ଏହି ମହାମାରୀର ନମୁନା ଶେୟାର କରିବାକୁ ନିବେଦନ କରିଥିଲେ। କିନ୍ତୁ ଚୀନ ତାହାକୁ ଖାରଜ କରିଦେଇଥିଲା। ଏହା ପରେ ଚୀନକୁ କଡ଼ା ସମାଲୋଚନା କରାଯାଇଥିଲା। ଉଲ୍ଲେଖ ଯେ, ଆମେରିକୀୟ ବିଦେଶ ବିଭାଗ ଉହାନ ଲ୍ୟାବରେ ନୂଆ ଭୂତାଣୁ ସୃଷ୍ଟି କରାଯାଇଥିବା ନେଇ ବହୁ ପୂର୍ବରୁ ସୂଚନା ଦେଇଥିଲା। କରୋନା ଭୂତାଣୁ ବ୍ୟାପିବାର କିଛି ସପ୍ତାହ ପୂର୍ବରୁ ଅମେରିକୀୟ ବିଦେଶ ବିଭାଗ କହିଥିଲା ଯେ, ଚୀନ ସମେତ ସାରା ବିଶ୍ବରେ ଏକ ନୂଆ ଭୂତାଣୁ ଆତଙ୍କ ସୃଷ୍ଟି କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories