www.samajalive.in
Monday, December 8, 2025
27.1 C
Bhubaneswar

ସୁସ୍ଥ ହେଲେ ଆଉ ୩୪୬୪ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୪୬୪ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୨୯, ଖୋର୍ଦ୍ଧାରୁ ୪୪୧, ନୂଆପଡ଼ାରୁ ୩୩୯, କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ବଲପୁରରୁ ୧୫୧, ବରଗଡ଼ରୁ ୧୩୭, ବଲାଙ୍ଗୀରରୁ ୧୩୨, କେନ୍ଦୁଝରରୁ ୧୩୧ ଓ ପୁରୀରୁ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

- Advertisement -

ସେହିପରି ଝାରସୁଗୁଡ଼ାରୁ ୧୦୬, ମୟୂରଭଞ୍ଜରୁ ୭୧, ବାଲେଶ୍ବରରୁ ୬୬, ଗଞ୍ଜାମରୁ ୫୬, ଅନୁଗୋଳରୁ ୪୪, ଯାଜପୁରରୁ ୪୩, ରାୟଗଡାରୁ ୩୭, ଭଦ୍ରକ ଓ ଗଜପତିରୁ ୩୩ ଜଣ ଲେଖାଁଏ, ଜଗତସିଂହପୁରରୁ ୨୩, ଢେଙ୍କାନାଳ ଓ ନୟାଗଡରୁ ୨୧ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ୧୯, କନ୍ଧମାଳରୁ ୧୬, ଦେବଗଡ ଓ ମାଲକାନଗିରିରୁ ୧୫ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଅନ୍ୟ ପକ୍ଷରେ ବୌଦ୍ଧ ଓ କୋରାପୁଟରୁ ୧୩ ଜଣ ଲେଖାଁଏ,  କେନ୍ଦ୍ରାପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୯୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ୍ୟ ୫୯ ହଜାର ୪୬୭ରେ ପହଞ୍ଚିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories