ଗୁରୁଡିଝାଟିଆ: ବନ ବିଭାଗ ହେଜିଲା। ସଂରକ୍ଷିତ ଜଙ୍ଗଲରେ ଚୋରା ଦେଶୀମଦ ରନ୍ଧନ, ଜଙ୍ଗଲ ସମ୍ପଦର କଣ୍ଠରୋଧ କରୁଛି। ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ହେଉଛି। ସେଥିପାଇଁ ଆଜି ବନ ବିଭାଗ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ହୋଇଥିଲା। ସଂରକ୍ଷିତ ଜଙ୍ଗଲରେ ଥିବା ଦେଶୀ ମଦ ଭାଟି ଉପରେି। ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ କୃଷ୍ଣପୁର ବନପାଳ କାର୍ଯ୍ୟାଳୟ ଅଞ୍ଚଳ ପରିସରରେ ସାନ ଭଗୁଆ ଠାରୁ ଜଙ୍ଗଲ ରାସ୍ତାରେ ୬କିମି ଗଲାପରେ ଖୁଲମଖୁଲା ଭାବେ ଝରଣାକୂଳରେ ଦେଶୀମଦ ରନ୍ଧା ହୋଇଥିଲା। ଏହାକୁ ମିଳିତ ଭାବରେ ବନବିଭାଗ ଓ ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ। ଯାହାଫଳରେ କି ୧୮ଶହ ଲିଟର ଦେଶୀମଦ ଜବତ କରିଥିବା ବେଳେ ୧୫ଶହ ଲିଟର ମଦପ୍ରସ୍ତୁିତ ପାଇଁ ଥିବା ପୋଚକୁ ନଷ୍ଟ କରିଥିଲେ। ପୋଚ ସାମଗ୍ରୀ ଶତାଧିକ ଜାରରେ ସାଇତା ହୋଇରହିଥିଲା। ଏହି ଦେଶୀମଦ ରନ୍ଧନ ଯେ ବନ ବିଭାଗର କର୍ମଚାରୀ ନଥିଲେ ତାହା ନୁହେଁ। ବିଭିନ୍ନ ସମୟରେ ଆମ କାର୍ଯ୍ୟ ନୁହେଁ ବୋଲି କହି ଏଡାଇ ଚାଲିଥିଲେ।
ବିଳମ୍ବ ହେଲେ ମଧ୍ୟ ମିଳିତ ଚଢାଉ ଫଳରେ ବିପୁଳ ପରିମାଣର ମଦ ଏବଂ ପୋଚ ନଷ୍ଟ ହୋଇଛି।
ରାଜ୍ୟ ଅବକାରୀ କମିସନର ,ଜିଲ୍ଲା ଅବକାରୀ ଅଧିକ୍ଷକ, କଟକ ଜିଲାପାଳ ଓ ଆଠଗଡ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ସହକାରୀ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଅବକାରୀ ନୀରିକ୍ଷକ ପ୍ରବୀର ସାମଲ, ସଂଜିତ୍ ବାର୍ଲା, ପ୍ରଭାସ ଚୌଧୁରୀ, ସରୋଜ ପରିଡା, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ମାଥୁର, ବନରକ୍ଷୀ ରମାକାନ୍ତ ବଳବନ୍ତରାୟ, ବିଜୟ କେତନ ମଙ୍ଗରାଜ, ଗଗନ ପ୍ରଧାନ ,ବିଜୟ କୁମାର ଭଞ୍ଜ,ନିରାକାର ଦେହୁରୀ, ସଂଜୀବ ବେହେରା, ବେଣୁଧର ସାମଲଙ୍କ ସହିତ ଜିଲା ଭ୍ରାମ୍ୟମାଣ ଦଳ ଓ ଇ.ଆଇ.ଓ ଇ.ବି ର ସଦସ୍ୟମାନେ ଚଢାଉରେ ଅଂଶଗ୍ରହଣ କରିଥିଲେ।ପ୍ରକାଶଯୋଗ୍ୟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲର ସରଡା ଓ ମଗଧା ପଡିଆ ନିକଟସ୍ଥ ଝରଣାକୂଳରେ ଏହି ବେଆଇନ ଚୋରା ଦେଶୀମଦ ରନ୍ଧନ କେନ୍ଦ୍ର ଦୀର୍ଘଦିନରୁ ଚାଲୁଥିଲା। ଯାହାକୁ ଆଜି ମିଳିତ ବିଭାଗ ପକ୍ଷରୁ ଚଢାଉ କରି ମଦ ଓ ପୋଚ ଜବତ କରାଯାଇଛି। ହେଲେ ଚୋରାମଦ ପ୍ରସ୍ତୁତ କରୁଥିବା ଭାଟିମାଲିକ କୁ ଧରା ନଡିବା ପଛରେ କି ରହସ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନସୃଷ୍ଟି କରିଛି।



