www.samajalive.in
Monday, December 8, 2025
17.1 C
Bhubaneswar

ଜନସନ୍ ଆଣ୍ଡ ଜନ୍ସନର ଏକକ-ଡୋଜ ବ୍ୟବହାର ପାଇଁ ଆମେରିକା ୧୧ ଦିନର ରୋକ୍ ହଟାଇଲା

ୱାଶିଂଟନ : ଜନସନ ଆଣ୍ଡ ଜନସନର ଏକକ ଡୋଜ ଟିକା(ସଟ୍) ବ୍ୟବହାର କରିବା ପାଇଁ ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ-୧୯ ଟୀକାକରଣ ଉପରେ ଲାଗିଥିବା ୧୧ ଦିନିଆ ରୋକ୍ ଉଠାଇ ଦେଇଛନ୍ତି  । ରକ୍ତ ଜମାଟ ବାନ୍ଧିବାର ଏକ ବିରଳ ବିପଦ ସୃଷ୍ଟି ହେବା ପରେ ବୈଜ୍ଞାନିକ ପରାମର୍ଶଦାତାମାନେ ଏହା ଉପରେ ରୋକ୍ ଲଗାଇଥିଲେ । ଜନସନ ଆଣ୍ଡ ଜନସନର ଟିକା ନେଇଥିବା ପ୍ରାୟ ୮୦ଲକ୍ଷ ଲୋକଙ୍କ ମଧ୍ୟରୁ ୧୫ଜଣ ଟିକା ଗ୍ରହଣକାରୀଙ୍କ ଠାରେ ରକ୍ତ ଜମାଟ ବାନ୍ଧିଥିଲା । ତେଣୁ ୧୧ ଦିନ ପାଇଁ ଟିକାଦାନ ଉପରେ କଟକଣା ଲାଗୁ କରାଯାଇଥିଲା ।
ଏହି ୧୫ଜଣଙ୍କ ମଧ୍ୟରୁ ସମସ୍ତେ ଥିଲେ ମହିଳା, ଏବଂ ଅଧିକାଂଶ ୫୦ ବର୍ଷରୁ କମ୍ ଥିଲେ, ତିନି ଜଣଙ୍କର ମୃତ୍ୟୁ ହୋଇଥିଲା  ଏବଂ ୭ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରିଶେଷରେ, ଫେଡେରାଲ୍ ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ଥିର କଲେ ଯେ ମହାମାରୀ ବିରୋଧରେ ଲଢିବା ପାଇଁ ଜନସନ ଆଣ୍ଡ ଜନସନର ଏକକ ଡୋଜ ଟିକା ଟିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନେ କହିଛନ୍ତି ଯେ ଛୋଟ ଜମାଟ ବାନ୍ଧିବା ବିପଦକୁ ଚେତାବନୀ ଦେଇ ନିୟନ୍ତ୍ରଣ କରାଯାଇପାରିବ, ଯାହା ଦ୍ବାରା ମହିଳାମାନଙ୍କୁ ସେହି ଟିକା କିମ୍ବା ବିକଳ୍ପ ବ୍ୟବହାର କରିବା ନେଇ ସ୍ଥିର କରିବାରେ ସାହାଯ୍ୟ କରିବ ।
ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ଜନସନ ଆଣ୍ଡ ଜନସନର ଟିକାରେ କିଛି ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିଛି ଯେଉଁମାନେ ଉତ୍କଣ୍ଠାର ସହ ଏହା ନେବାକୁ ଅପେକ୍ଷା କରିଥିଲେ। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକା ଗ୍ରହଣକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅନଲାଇନ୍ ଟିକା ସୂଚନା ପତ୍ର ଅପଡେଟ୍ କରିଥିଲା, ଯାହା ଦ୍ବାରା ଆଜିଠାରୁ ଟିକାଦାନ ଆରମ୍ଭ ହୋଇପାରିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories