ନୂଆଦିଲ୍ଲୀ : ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୬୬,୧୦,୪୮୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨,୬୨୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯,୫୪୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ୨,୧୯,୮୩୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧,୩୮,୬୭,୯୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୫,୫୨,୯୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
କରୋନା କାୟା ; ଦୈନିକ ସଂକ୍ରମଣ ଟପିଲା ୩ ଲକ୍ଷ ୪୬ ହଜାର , ମୃତ୍ୟୁ ସଂଖ୍ୟା ୨ହଜାର
Popular Categories



