www.samajalive.in
Sunday, December 7, 2025
13.1 C
Bhubaneswar

ଚିନ୍ତା ବଢାଇଲା ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’

କୋଲକାତା: ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭) ଷ୍ଟ୍ରେନ ଚିହ୍ନଟ ହେବାପରେ ସଂପ୍ରତି ଏହି ଟ୍ରିପଲ ମ୍ୟୁଟେସନ (ବି.୧.୬୧୮) ଷ୍ଟ୍ରେନକୁ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ବେଙ୍ଗଲ ଷ୍ଟ୍ରେନ ଅଧିକ ସଂକ୍ରାମକ। ବିଶେଷଜ୍ଞମାନଙ୍କ ମତରେ ଏହା ଜଣେ ବ୍ୟକ୍ତିଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧ ଶକ୍ତିକୁ ଲୁଚି ମଧ୍ୟ ନିଜର କାୟା ବିସ୍ତାର କରିବାକୁ ସମର୍ଥ। ଏପରିକି ବ୍ୟକ୍ତି ଜଣକ ପୂର୍ବରୁ ଏହି ମ୍ୟୁଟେସନ ନଥିବା କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ମଧ୍ୟ ସେ ଏଥିରେ ପୁନର୍ବାର ସଂକ୍ରମିତ ହେବା ଆଶଙ୍କା ରହିଛି। ତାହାସହିତ ସେ ଟିକା ନେଇଥିଲେ ମଧ୍ୟ କରୋନା ଭୂତାଣୁର ଏହି ଷ୍ଟ୍ରେନ ତାଙ୍କୁ ସଂକ୍ରମିତ କରିପାରେ। ସଂପ୍ରତି ବେଙ୍ଗଲରେ ଏହି ଷ୍ଟ୍ରେନ ଅଧିକ ସଂଖ୍ୟାରେ ଠାବ କରାଯାଇଛି ବୋଲି ସିଏସଆଇଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜିରେ ଜେନୋମ ମ୍ୟୁଟେସନ ଉପରେ ଗବେଷଣା କରୁଥିବା ବିନୋଦ ସ୍କାରିଆ ଟ୍ୱିଟ୍‍ କରି କହିଛନ୍‍ତି। ପୂର୍ବରୁ ମହାରାଷ୍ଟ୍ର ନମୁନାରୁ ଡବଲ ମ୍ୟୁଟେସନ ଷ୍ଟ୍ରେନ ମିଳିଥିଲା। ଟ୍ରିପଲ ମ୍ୟୁଟେସନ ବେଙ୍ଗଲ ଷ୍ଟ୍ରେନର ମାରାତ୍ମକ ଗୁଣ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ଷ୍ଟ୍ରେନ ସହିତ ସମାନ ବୋଲି ଜଣାଯାଇଛି। ଉକ୍ତ ଷ୍ଟ୍ରେନଗୁଡିକ ଶରୀରର ରୋଗପ୍ରତିରୋଧ ଶକ୍ତିକୁ ଲୁଚି ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories