www.samajalive.in
Monday, December 8, 2025
27.1 C
Bhubaneswar

‘ଲୋକ କାନ୍ଦୁଛନ୍ତି ଓ ସହାୟତା ମାଗୁଛନ୍ତି, କିନ୍ତୁ ସରକାର ରାଲି କରି ହସୁଛନ୍ତି’

ନୂଆଦିଲ୍ଲୀ: ‘କରୋନା ମହାମାରୀ କାହାରିକୁ ଛାଡ଼ିନାହିଁ। ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହସ୍ପିଟାଲରେ ରୋଗୀଙ୍କୁ ବେଡ୍‌ ମିଳୁନାହିଁ। ପର୍ଯ୍ୟାପ୍ତ ଔଷଧ ନ ଥିବାବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି। ଲୋକେ କାନ୍ଦୁଛନ୍ତି, ସରକାରଙ୍କୁ ସହାୟତା ମାଗୁଛନ୍ତି। କିନ୍ତୁ ସରକାର ନିର୍ବାଚନ ପାଇଁ ରାଲି କରି ହସୁଛନ୍ତି।’ କରୋନା ପରିସ୍ଥିତିକୁ ନେଇ ମୋଦୀ ସରକାରକୁ ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର।।

କରୋନା ମୁକାବିଲାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରିୟଙ୍କା କହିଛନ୍ତି, ଟିକାର ଅଭାବ  ଦୂର କରିବା ଲାଗି ସରକାର ଠୋସ୍‌ ରଣନୀତି ଗ୍ରହଣ କରିନାହାନ୍ତି। ରେମଡିସିଭର ଇଞ୍ଜେକ୍ସନ କାହିଁକି ଅଭାବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶ୍ଵରେ ଅକ୍ସିଜେନ ଉତ୍ପାଦନ କରିବାରେ ଭାରତର ସ୍ଥାନ ସବୁଠୁ ଊର୍ଦ୍ଧ୍ଵରେ, ତଥାପି ଏଠାରେ ରୋଗୀଙ୍କୁ ଅକ୍ସିଜେନ ମିଳୁନାହିଁ। ସରକାରଙ୍କ ପାଖରେ ୭/୮ ମାସ ସମୟ ଥିଲା। ବିଶେଷଜ୍ଞମାନେ କରୋନାର ୨ୟ ତରଙ୍ଗ ସମ୍ପର୍କରେ ଆଗରୁ ଚେତାଇ ଥିଲେ। କିନ୍ତୁ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଉଚିତ ଭାବିଲେ ନାହିଁ।

- Advertisement -

ଏହା ସହିତ ପ୍ରିୟଙ୍କା କହିଛନ୍ତି, ଏହି ସମୟ ରାଜନୀତି କରିବାର ସମୟ ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ପରାମର୍ଶ ଦେଇଛନ୍ତି, ସେ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସମସ୍ତ ରାଜନୈତିକ ଦଳ ସରକାରଙ୍କ ସହିତ ରହିଛନ୍ତି। ଗଣତନ୍ତ୍ରରେ ଆଲୋଚନା ଜରୁରୀ। କିନ୍ତୁ ମହାମାରୀକୁ ନେଇ ସରକାର ବିରୋଧୀଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି। କିନ୍ତୁ ସେପଟେ ଦୁବାଇରେ ସରକାର ଆଇଏସଆଇ ସହିତ କଥାବର୍ତ୍ତା କରୁଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories