www.samajalive.in
Tuesday, December 9, 2025
16.1 C
Bhubaneswar

ଘୁଞ୍ଚିଲା ନେଟ‌-ୟୁଜିସି‌ ପରୀକ୍ଷା

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରି ମାଡି ଚାଲିଛି। ଦୈନିକ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ସଂସ୍ଥା ନାସନାଲ୍ ଟେଷ୍ଟିଂ ଏଜେନ୍ସି,ଏନଟିଏ ଦ୍ବାରା ପରିଚାଳିତ ନେଟ‌-ୟୁଜିସି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ ସାମାଜିକ ଗଣମାଧ୍ୟମ (ଟ୍ବିଟ)ରେ ସୂଚନା ଦେଇଛନ୍ତି।


ମନ୍ତ୍ରୀ ସାମାଜିକ ଗଣମାଧ୍ୟମ (ଟ୍ବିଟ)ରେ କହିଛନ୍ତି, କରୋନା ମହାମାରୀ କାରଣରୁ ବିଦ୍ୟାର୍ଥୀ ଏବଂ ପରୀକ୍ଷା ଆୟୋଜକଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଏନଟିଏ ନେଟ‌-ୟୁଜିସି ଡିସେମ୍ବର-୨୦୨୦ (ମେ’ ୨୦୨୧) ପରୀକ୍ଷା ସ୍ଥଗିତ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ମେ’ ୨ରୁ ୧୭ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ଆଗକୁ ଅନଲାଇନ୍ ପରୀକ୍ଷାର ୧୫ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବ। ନିଟ୍‌ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ବିଦ୍ୟାର୍ଥୀ ନିୟମିତ ଏନଟିଏ ୱେବସାଇଟ୍‌ ଦେଖିବାକୁ କୁହାଯାଇଛି। ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦିଅନ୍ତି। ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁଁ ପୂର୍ବ ନିର୍ଦ୍ଧାରିତ ତାରିଖ ପରିବର୍ତ୍ତେ ଜୁନରେ ନେଟ‌ ପରୀକ୍ଷା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories