www.samajalive.in
Tuesday, December 9, 2025
16.1 C
Bhubaneswar

ବଦଳିଲେ ୧୨ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୧୨ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓ.ପ୍ର.ସେ)ଙ୍କୁ ବଦଳି କରାଯାଇଥିବାବେଳେ ୩ଜଣଙ୍କୁ ପଦୋନ୍ନତି ଦିିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସଙ୍କୁ ଉକ୍ତ ଜିଲାର ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମର ସାଧାରଣ ପରିଚାଳକ (ଆରଆଇସି), ଇନ୍ଦ୍ରମଣି ନାୟକଙ୍କୁ ଭଦ୍ରକ ପ୍ରକଳ୍ପ ନିର୍ଦେଶକ, ଅନାମ ଚରଣ ପାତ୍ରଙ୍କୁ ଗଜପତି ପ୍ରକଳ୍ପ ନିର୍ଦେଶକ, ସମ୍ବିତ କୁମାର ନାୟକଙ୍କୁ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ, ଦୁର୍ଗାପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତି ଅତିରିକ୍ତ ଜିଲାପାଳ, ମୈତ୍ରୀୟ ଭଟ୍ଟାଚାର୍ୟ୍ୟଙ୍କୁ କଟକ ଅତିରିକ୍ତ ଜିଲାପାଳ, ରଜନୀକାନ୍ତ ସ୍ବାଇଁଙ୍କୁ ଅନୁଗୋଳ ପ୍ରକଳ୍ପ ନିର୍ଦେଶକ, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁର ଉପଜିଲାପାଳ, ଧର୍ମାନନ୍ଦ ବେହେରାଙ୍କୁ ରାୟଗଡ଼ା ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି।

ଅନ୍ୟ ଏକ ନିର୍ଦେଶନାମାରେ ଗଞ୍ଜାମ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଓଡ଼ିଶା ଗୃହ ନିର୍ମାଣ ପରିଷଦ ଭୂ-ଅଧିକାରୀ ଆରାଧନା ଦାସ ଏବଂ ଗୃହ ବିଭାଗ ଯୁଗ୍ମ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ ଓଡ଼ିଶା ପ୍ରଶାସନିକ ସେବାର ଉପରିସ୍ଥ ପ୍ରଶାସନିକ ପାହ୍ୟାକୁ ପଦୋନ୍ନତି ଦିଆଯାଇ ଉକ୍ତ ସ୍ଥାନରେ ଅବସ୍ଥାପିତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories