www.samajalive.in
Monday, December 8, 2025
27.1 C
Bhubaneswar

ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ

ଭୁବନେଶ୍ବର: କମିଶନରେଟ୍‌ ପୁଲିସ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମୟରେ ମାଉସୀ ମା’ ତଥା ରାମେଶ୍ବର ମନ୍ଦିରରେ ପହଞ୍ଚି ପାରିଲା ନାହିଁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ଶ୍ରୀଜୀଉ ରଥାରୁଢ଼ ହେବା ପରେ ରଥଟଣା ବିଳମ୍ବରେ ଆରମ୍ଭ ହୋଇଥିଲା। ଅନ୍ଧାର ହୋଇଯିବାରୁ ଗୋସାଗରେଶ୍ୱର ଛକର ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ। ଶେଷ ହୋଇପାରିଲାନି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ପର୍ବ। ଅନ୍ଧାର ହେଲା ବୋଲି ରଥ ଟଣା ବନ୍ଦ କରିଦେଲେ ଭୋଇ ସେବାୟତ। ଆଜି ସନ୍ଧ୍ୟା ୬ଟା୨୪ ମିନିଟ୍‌ ସମୟରେ ଗୋସାଗରେଶ୍ବର ରେ ପହଞ୍ଚିଥିଲା ରୁକୁଣା ରଥ। ଗୋସାଗରେଶ୍ବର ସ୍କୁଲ ନିକଟ ପର୍ଯ୍ୟନ୍ତ ରଥ ଗଡ଼ିବା ପରେ ଖରଡ଼ା ସେବାୟତ ଅନ୍ଧାର ହୋଇଯାଇଥିବାରୁ ରଥ ଟାଣିବାକୁ ଅମଙ୍ଗ ହୋଇଥିଲେ। ଏହାପରେ ଆଜି ଆଉ ରୁକୁଣା ରଥ ଟଣା ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା। ରଥ ନ ଟାଣିବା ନେଇ ଖରଡ଼ା ସେବାୟତଙ୍କୁ ଅନୁମତି ଦେବା ଓ ରଥ ରୋକିବା ଅନୁମତିକୁ ନେଇ ବିବାଦ ଦେଖାଦେଇଥିଲେ।


ଆଜି କୋଭିଡ କଟକଣା ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହୋଇଛି। ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେଣୁ ଏଥର ରଥ ଟାଣିବାରେ କଷ୍ଟ ହୋଇଥିଲା। କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ପୁଲିସଙ୍କୁ ରୁକୁଣା ରଥ ଟାଣିବା ପାଇଁ ଅନୁମତି ଦିଆଯାଇଥିଲା।

- Advertisement -

ମାଉସୀ ମା’ ମନ୍ଦିରରେ ରୁକୁଣା ରଥ ସାଢେ ୭ ଟା ସୁଦ୍ଧା ପହଞ୍ଚିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ଉମାଶଂକର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହୋଇଛି। ଆସନ୍ତାକାଲି କେତେବେଳେ ରଥ ଟଣା ଯିବ ସେଥିନେଇ ସେବାୟତ, ପୁଲିସ ପ୍ରଶାସନ ଓ ଜିଲା ପ୍ରଶସନ ମଧ୍ୟରେ ବୈଠକ ବସିଛି। ଆସନ୍ତାକାଲି ସନ୍ଧ୍ୟା ପୂର୍ବରୁ ରୁକୁଣା ରଥ କିଭଳି ମାଉସୀ ମା’ ମନ୍ଦିରରେ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories