www.samajalive.in
Monday, December 8, 2025
17.1 C
Bhubaneswar

ଶୁକ୍ରବାର ଦିନ ୧ଟାରେ ବାଜପେୟୀଙ୍କ ଅନ୍ତିମ ଯାତ୍ରା, ୪ଟାରେ ସତ୍କାର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧନାମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ସେ ସୂଚନା ଦେଇଛନ୍ତି ଯେ ବାଜପେୟୀଙ୍କ ବାସଭବନରେ ଗୁରୁବାର ରାତି ସାଢେ ୯ଟାଠାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଅନ୍ତିମ ଦର୍ଶନ କରିପାରିବେ। ଏହାପରେ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସକାଳ ସାଢେ ୭ଟୁ ସାଢେ ୮ଟା ପର୍ଯ୍ୟନ୍ତ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିବେ। ଦିନ ୧ଟାରେ ଅନ୍ତିମ ଯାତ୍ରା ବାହାରିବ। ୪ଟାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅନ୍ତିମ ସଂସ୍କାର କରାଯିବ।
ଅମିତ ଶାହା କହିଥିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ସହ ଭାରତୀୟ ରାଜନୀତର ଆକାଶରୁ ଧ୍ରୁବତାରା ଚାଲିଯାଇଛି। ତାଙ୍କ ଦେହାନ୍ତ ସହ ଏକ ଯୁଗର ଅନ୍ତ ହୋଇଛି। ତାଙ୍କ ମୃତ୍ୟୁ ସହ ଦେଶ ଜଣେ ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତି, ରାଜନୀତିରେ ଅଜାତଶତ୍ରୁ, ସାହିତ୍ୟିକ, ସମ୍ବେଦନଶୀଳ କବି ତଥା ସୌଭାଗ୍ୟଗତ ସାମ୍ବାଦିକଙ୍କୁ ହରାଇଛି। ସେ ୧୯୫୭ରୁ ସଂସଦରେ ଗରିବଙ୍କ ସ୍ୱର ହୋଇ ରହିଥିଲେ। ଭାରତୀୟ ଜନସଂଘର ସଂସ୍ଥାପକ ସଦସ୍ୟ ଏବଂ ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ତାଙ୍କ ମୃତ୍ୟୁ ସହ କୋଟି କୋଟି ଯୁବକ ନିଜ ପ୍ରେରଣାକୁ ହରାଇଛନ୍ତି। ଅଟଳଙ୍କ ଦେହାନ୍ତରୁ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଓ ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ପୂରଣ କରିବା ଅସମ୍ଭବ। ସେ ଜଣେ କୁଶଳୀ ସଂଗଠକ ଭାବେ ପ୍ରଥମେ ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରତିଷ୍ଠା କରିଥିଲେ। ସେ ସଂସଦରେ ଦେଶଭକ୍ତିର ସ୍ୱର ଥିଲେ। ସେ ଯାହା କହିବେ ଦେଶର ହିତରେ କହିବେ ବୋଲି ସମସ୍ତେ ବିଶ୍ୱାସ କରୁଥିଲେ। ତାଙ୍କ ବିଚାରଧାରାକୁ ବିରୋଧୀ ବି ପ୍ରଶଂସା କରୁଥିଲେ। ତାଙ୍କ ମୃତ୍ୟୁ ସହ ସାର୍ବଜନୀନ ଜୀବନରେ ମଧ୍ୟ ଏକ ଅପୂରଣୀୟ କ୍ଷତି ଘଟିଛି। ୧୯୭୫ ଦେଶରେ ଜରୁରୀ ପରିସ୍ଥିତିରେ ଗଣତନ୍ତ୍ର ପାଇଁ ଲଢେଇ, ବିରୋଧୀ ଦଳରେ ଥାଇ ମଧ୍ୟ ଜାତିସଂଘରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ପ୍ରତିନିଧିତ୍ୱ କରିିବା, ବାଂଲାଦେଶ ଲଢେଇ ସମୟରେ ସରକାରଙ୍କୁ ସମର୍ଥନ, ହିନ୍ଦୀର ପ୍ରସାର ପାଇଁ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ଅମର ରହିବେ। ସେ ଜଣେ ସନ୍ତୁଳିତ ରାଜନେତା ଥିଲେ। କବେଳ ବଜିପେ ନୁହେଁ ଅଟଳ ବିହାରୀ ବାଜପେୟୀ ଭାରତର ନେତା ଥିଲେ। ତାଙ୍କ ମୃତ୍ୟୁରେବିଜେପି ପକ୍ଷରୁ ଅମିତ ଶାହା ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଅଟଳ ଯେଉଁ କାର୍ଯ୍ୟ ଛାଡ଼ି ଯାଇଛନ୍ତି ତାହା ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories