www.samajalive.in
Sunday, December 7, 2025
26.1 C
Bhubaneswar

ବିଜୟ ଲକ୍ଷ୍ୟରେ ରାଜସ୍ଥାନ ଓ ଚେନ୍ନଇ

ମୁମ୍ବଇ  : ଆଇପିଏଲରେ ସୋମବାର ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ। ଉକ୍ତ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍‌ସ ଓ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍‌ସ ତୃତୀୟ ମ୍ୟାଚ ଖେଳି‌େ‌ବ। ପ୍ରଥମ ମ୍ୟାଚରେ ହାରିଥିବା ଉଭୟ ଦଳ ବିଜୟ ବଜାୟ ରଖିବା ନେଇ ଉଦ୍ୟମ କରିବେ।
ନେତୃତ୍ବ ଦୃଷ୍ଟିକୋଣକୁ ବିଚାର କରାଗଲେ ରାଜସ୍ଥାନ ରୟାଲ୍‌ସ ଅଧିନାୟକ ସଞ୍ଜୁ ସାମସନ ନିଶ୍ଚିତ ଅନଭିଜ୍ଞ। ପ୍ରଥମ ମ୍ୟାଚରେ ଦଳ ୪ ରନରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହେବା ପରେ ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ୩ ୱିକେଟରେ ବିଜୟ ହାସଲ କରିଛି। ପଞ୍ଜାବ ବିପକ୍ଷ ମ୍ୟାଚରେ ସାମସନ ଶତକ ଅର୍ଜନ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଡେଭିଡ୍‌ ମିଲର ଓ କ୍ରିସ୍ ମରିସ୍‌ ଦଳକୁ ଜିତାଇଥିଲେ। ବ୍ୟାଟିଂ ବିଭାଗରେ ଦଳର ଦୁର୍ବଳତା ଦେଖିବାକୁ ମିଳିଛି। ସଞ୍ଜୁ ସାମସନ ୧୨୩, ଡେଭିଡ୍‌ ମିଲର ୬୨ ଓ ​‌େ​‌ଶଷ ମ୍ୟାଚରେ କ୍ରିସ ମରିସ ୩୬ରନର ଇନିଂସ ଖେଳିଥିଲେ। ଓପନର ଜୋସ୍‌ ବଟ୍‌ଲର, ମନନ ଭୋରା, ଶିଭମ ଦୁବେ, ରିୟାନ ପରାଗ ,ରାହୁଲ ତିୱାତିଆ ରନ୍‌ କରିବାରେ ବିଫଳ ହେଉଛନ୍ତି। ଦଳ ଓପନିଂରେ ଭୋରାଙ୍କ ବଦଳରେ ଯଶସ୍ବୀ ଜସୱାଲଙ୍କୁ ଖେଳାଇପାରେ। ବୋଲିଂରେ ଜୟଦେବ ଉନାଦକତ୍, ଚେତନ ସାକାରିଆ,କ୍ରିସ ମୋରିସ, ମୁସ୍ତାଫିଜୁର ରହମାନ ପ୍ରମୁଖ ଆଶାଜନକ ପ୍ରଦର୍ଶନ କରୁଛନ୍ତି। ଚେନ୍ନଇ ବିପକ୍ଷ ମ୍ୟାଚରେ ଦଳ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇବା ନେଇ ଆଶା କରାଯାଉଛି। ସେହିପରି ଆଇପିଏଲର ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ଦିଲ୍ଲୀ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସକୁ ୬ ୱିକେଟରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚରେ ପରାଜୟ ପରେ ଦଳ ଦ୍ବିତୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିଥିଲା। ବୋଲିଂରେ ଦୀପକ ଚହର ଗତ ମ୍ୟାଚରେ ଚମତ୍କାର ବୋଲିଂ କରି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାର୍ଦୁଳ ଠାକୁରଙ୍କ ସମେତ ଡାରେନ ବ୍ରାଭୋ, ସାମ୍‌ କୁରାନ, ରବୀନ୍ଦ୍ର ଜାଡେଜା ପ୍ରମୁଖ ବୋଲିଂ ବିଭାଗ ଦାୟିତ୍ବ ସମ୍ଭାଳୁଛନ୍ତି। ପଞ୍ଜାବ ବିପକ୍ଷ ମ୍ୟାଚରେ ବୋଲିଂକୁ ନେଇ ଧୋନି ସନ୍ତୋଷବ୍ୟକ୍ତ କରିଥିଲେ। ବ୍ୟାଟିଂରେ ସୁରେଶ ରୈନାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସେଭଳି ରନ୍‌ କରିବାରେ ସକ୍ଷମ ହୋଇନାହାନ୍ତି। ଧୋନିଙ୍କ ସମେତ ଡୁପ୍ଲେସି, ଋତୁରାଜ ଗାଏକ୍ବାର୍ଡ, ଅମ୍ବାତି ରାଇଡୁ ଆଶାଜନକ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି। ଚଳିତ ସିିିଜିନରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିବାବେଳେ ଅନଭିଞ୍ଜ ସାମସନଙ୍କ ରାଜସ୍ଥାନକୁ ପରାସ୍ତ କରିବା ନେଇ ଅଭିଜ୍ଞ ଧୋନିଙ୍କ ପାଇଁ ସହଜ ହେବ ନାହିଁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories