www.samajalive.in
Thursday, December 11, 2025
27.1 C
Bhubaneswar

ଧାୱନ୍‌ଙ୍କ ୯୨; ପଞ୍ଜାବକୁ ହରାଇଲା ଦିଲ୍ଲୀ

ମୁମ୍ବଇ : ରବିବାର ଚଳିତ ଆଇପିଏଲ୍‌ର ୧୧ଶ ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଶିଖର ଧାୱନଙ୍କ ୯୨ ରନ୍‌ର ଇନିଂସ ବଳରେ ପଞ୍ଜାବ କିଙ୍ଗ୍‌ସକୁ ୬ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଦୁଇ ଓପ୍‌ନର କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୪ ୱିକେଟ ହରାଇ ୧୯୫ ରନ୍ କରିଥିଲା। ପରେ ଧାୱନଙ୍କ ଅର୍ଦ୍ଧଶତକ ବଳରେ ୧୮.୨ ଓଭରରେ ୪ ୱିକେଟ ହରାଇ ଦିଲ୍ଲୀ ବିଜୟୀ ହୋଇଥିଲା। ୩ୟ ମ୍ୟାଚ୍‌ରେ ଏହା ଦିଲ୍ଲୀର ୨ୟ ବିଜୟ ହୋଇଥିବା ବେଳେ ପଞ୍ଜାବ ୩ୟ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ପୃଥ୍ବୀ ସ’ ଓ ଶିଖର ଧାୱନ ଆରମ୍ଭରୁ ୧୦ରୁ ଅଧିକ ରନ୍ ହାରରେ ସ୍କୋର୍ କରିଥିଲେ। ଦୁହେଁ ଚମତ୍କାର ଷ୍ଟ୍ରୋକ୍‌ ଖେଳି ୬ ଓଭରରେ ୬୨ ରନ୍ ଯୋଡ଼ିଥିଲେ। ପୃଥ୍ବୀ ସ’ ୧୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୨ ରନ୍‌କରି ଆଉଟ ହୋଇଥିଲେ। ଧାୱନ ୩୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିଥିବା ଷ୍ଟିଭେନ୍ ସ୍ମିଥ୍ ୧୨ ବଲ୍‌ରୁ ୯ ରନ୍‌କରି ଆଉଟ ହୋଇଥିଲେ। ତେବେ ଅନ୍ୟପଟୁ ଧାୱନ୍ ଷ୍ଟ୍ରୋକ୍‌ ଖେଳି ଚାଲିଥିଲେ। ଅଧିନାୟକ ଋଷଭ ପନ୍ତ୍ ମଧ୍ୟ କ୍ରିଜ୍‌କୁ ଆସି ରନ୍‌ଭୋଜିରେ ସାମିଲ ହୋଇଥିଲେ। ପନ୍ତ୍‌ଙ୍କ ସହ ୨୩ ବଲ୍‌ରୁ ୪୫ ରନ୍‌ ଯୋଡ଼ିବା ପରେ ଧାୱନ୍ ୱିକେଟ ଫିଙ୍ଗିଥିଲେ। ବାମହାତି ଧାୱନ୍ ୪୯ ବଲ୍‌ରୁ ୨ଟି ଛକା ଓ ୧୩ଟି ଚୌକା ସହ ୯୨ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା ଧାୱନଙ୍କ ୨ୟ ଅର୍ଦ୍ଧଶତକ। ପରେ ମାର୍କସ ଷ୍ଟୋଇନିସ୍ ଆସି ଆକ୍ରମଣାତ୍ମକ ଷ୍ଟ୍ରୋକ୍ ଖେଳିଥିଲେ। ଋଷଭ ପନ୍ତ୍ ୧୬ ବଲ୍‌ରୁ ୧୫ ରନ୍‌କରି ବିଦାୟ ନେଇଥିଲେ। ଷ୍ଟୋଇନିସ୍ ୧୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ଏବଂ ଲଳିତ ଯାଦବ ୬ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ପଞ୍ଜାବ କିଙ୍ଗ୍‌ସର ଦୁଇ ଓପ୍‌ନର କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ଆରମ୍ଭରୁ ଆକ୍ରମଣ କରିଥିଲେ। ଫଳରେ ପଞ୍ଜାବ କିଙ୍ଗ୍‌ସ ଓଭର ପିଛା ୧୦ ହାରରେ ସ୍କୋର୍ କରିଥିଲା। ରାହୁଲଙ୍କ ଅପେକ୍ଷା ମୟଙ୍କ ଅଗ୍ରୱାଲ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୧ଶ ଓଭରରେ କାଗିସୋ ରାବାଡ଼ାକୁ ଦୁହେଁ ୨୦ ରନ୍ ମାରିଥିଲେ। ମୟଙ୍କ ୨୫ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ୪୫ ବଲ୍‌ରୁ ଚଳିତ ଆଇପିଏଲ୍‌ରେ ବ୍ୟକ୍ତିଗତ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ଶ ଓଭରରେ ପ୍ରଥମ ୱିକେଟ ପାଇଁ ମୟଙ୍କ ଓ ରାହୁଲ ୧୨୨ ରନ୍ ଯୋଗ କରିଥିଲେ। ମୟଙ୍କ ବିସ୍ଫୋରକ ବ୍ୟାଟିଂକରି ୩୬ ବଲ୍‌ରୁ ୪ଟି ଛକା ଓ ୭ଟି ଚୌକା ସହ ୬୯ ରନ୍‌କରି ଆଉଟ ହୋଇଥିଲେ। ପରେ ଅଳ୍ପ ବ୍ୟବଧାନରେ ୩ଟି ୱିକେଟ ପଡ଼ିଯିବାରୁ ପଞ୍ଜବ ୨ ଶହ ରନ୍ ପାର କରି ପାରିନଥିଲା। ରାହୁଲ ୫୧ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୧ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ଦୁଇ ବ୍ୟାଟ୍‌ସମ୍ୟାନ୍ କ୍ରିସ୍ ଗେଲ୍‌ ୧୧ ଓ ନିକୋଲାସ୍ ପୁରନ୍ ୯ ରନ୍ କରି ପାରିଥିଲେ। ଦୀପକ ହୁଡା ୧୩ ବଲ୍‌ରୁ ୨ଟି ଛକା ସହ ୨୨ ଏବଂ ଶାହ୍‌ରୁଖ ଖାଁ ୫ଟି ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୫ ରନ୍‌ କରି ପାରିଥିଲେ। ଦିଲ୍ଲୀର ୪ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories