www.samajalive.in
Wednesday, December 10, 2025
17.1 C
Bhubaneswar

ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗିର/ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କର ରବିବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ସେ ଗତ ୨ ବର୍ଷ ହେବ ଯକୃତ ରୋଗରେ ପୀଡ଼ିତ ଥିଲେ। ଅଧିକାଂଶ ସମୟରେ ତାଙ୍କର ଡାୟଲିସିସ୍‍ ହେଉଥିଲା। ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଉଚ୍ଚ ଚିକିତ୍ସା ପାଇଁ କଟକ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ସ୍ୱର୍ଗତ ମେହେର ପାଟଣାଗଡ ବିଧାନସଭା ଆସନରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସପ୍ତମ ବିଧାନସଭା ୧୯୭୭ ମସିହାରୁ ୧୯୮୦ ମସିହା ଯାଏ ଓ ଦଶମ ବିଧାନସଭାରୁ ୧୯୯୦ରୁ ୯୫ ମସିହା ପର୍ଯ୍ୟନ୍ତ ଜନତା ଦଳ ଟିକେଟ ପାଇ ସେ ବିଧାୟକ ହୋଇଥିଲେ। ୧୯୮୧ରୁ ୮୩ ମସିହା ପର୍ଯ୍ୟନ୍ତ ଜନତା ଦଳ ପକ୍ଷରୁ ବଲାଙ୍ଗିର ଜିଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ବିଧାନସଭାର ଉପମୁଖ୍ୟ ସଚେତକ ଭାବରେ ୧୯୭୭ରେ ତାଙ୍କୁ ଦାୟିତ୍ୱ ମିଳିଥିଲା। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ସେ ଜଣେ ଟାଣୁଆ ନେତା ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ତାଙ୍କ ବିୟୋଗ ପାଟଣାଗଡ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ବ୍ୟକ୍ତିବିଶେଷ ମତପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories