www.samajalive.in
Monday, December 8, 2025
17.1 C
Bhubaneswar

ଜିଲାପାଳଙ୍କ ଝାଡେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ, ଡିଜିଟାଲ ଶିକ୍ଷାଦାନ ଓ ସ୍ମାର୍ଟ ଇ-କ୍ଲାସରୁମ ଓ ପାଠାଗାର ଭିତ୍ତିଭୂମି କଲେ ଅନୁଧ୍ୟାନ

କୁଆଁପାଳ: କଟକ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ରୂପାନ୍ତକରଣ ଯୋଜନାରେ ୧୯ ଗୋଟି ପୁରାତନ ବିଦ୍ୟାଳୟକୁ ସାମିଲ କରଯାଇଥିବା ବେଳେ ସେଥି ମଧ୍ୟରୁ ମାହାଙ୍ଗା ବ୍ଲକର ଝାଡେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ରହିଛି। ଆଜି ମଧ୍ୟାହ୍ନରେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ଓ ବିଭାଗୀୟ ଅଧିକାରୀମାନେ ଏହି ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟ ଭିତିଭୂମି ଅନୁଧ୍ୟାନ କରିଛନ୍ତି। ଏତଦ ବ୍ୟତୀତ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ, ଡିଜିଟାଲ ଶିକ୍ଷାଦାନ ଏବଂ ଇ-ପାଠାଗାର ଆଦି ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

- Advertisement -

ମାହାଙ୍ଗାର ଏହି ପୁରାତନ ବିଦ୍ୟାଳୟର ରୂପାନ୍ତକରଣ ଯୋଜନାରେ କିପରି ଉନ୍ନତି କରାଯାଇ ପାରିବ ସେଥିନେଇ ଉପସ୍ଥିତ ଜିଲା ଶିକ୍ଷାଧିକାରୀ ବ୍ଲକ ବିଡ଼ିଓଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟର ସମସ୍ୟା ନେଇ ପ୍ରଧାନଶିକ୍ଷକ ରମାକାନ୍ତ ପ୍ରହରାଜଙ୍କ ଠାରୁ ପଚାରି ବୁଝିଥିଲେ। ଏହି ପରିଦର୍ଶନ ସମୟରେ ଜିଲା ଶିକ୍ଷାଧିକାରୀ ସସ୍ମିତା ସାହୁ, ବ୍ଲକ ବିଡ଼ିଓ ନିହାର ରଞ୍ଜନ ମଲିକ, ତହସିଲଦାର ମଧୁସୂଦନ ନାୟକ, ଜିଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ ଷଡ଼ଙ୍ଗୀ, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା, ସିଆରସିସି ରମାକାନ୍ତ ଦାସ ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ କମିଟି ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories