www.samajalive.in
Tuesday, December 9, 2025
17.1 C
Bhubaneswar

ବୌଦ୍ଧ : ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ମଦ ଜବତ

ବୌଦ୍ଧ : ବୌଦ୍ଧ ଅବକାରୀ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି। ଜାତୀୟ ରାଜପଥ କଡରେ ଅବସ୍ଥିତ ଏକ ଢାବା ଉପରେ ଚଢାଉ କରି ଅବକାରୀ ବିଭାଗ ପକ୍ଷରୁ ବିପୁଳମାତ୍ରାରେ ବିଦେଶୀ ମଦ ଜବତ କରାଯାଇଛି। ଢାବା ମାଲିକ ଫେରାର ହୋଇଯାଇଥିବାବେଳେ ଢାବାରେ କାମ କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ ବିଭାଗର ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ନିର୍ଦେଶକ୍ରମେ ଅବକାରୀ ସବଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ପୋଲିସ ସହିତ ମିଳିତକ୍ରମେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସିଙ୍ଗାରୀ ଛକ ନିକଟସ୍ଥ ବକ୍ସି ଢାବା ଉପରେ ଚଢାଉ କରାଯାଇଥିଲା।

 

- Advertisement -

ଅବକାରୀ ଓ ପୋଲିସ କର୍ମଚାରୀଙ୍କୁ ଦେଖି ଢାବା ମାଲିକ ପୁରନ୍ଦର ବକ୍ସି ଖସିଯିବାରେ ସଫଳ ହୋଇଥିଲା। ଚଢାଉରେ ବିପୁଳମାତ୍ରାରେ ବିଦେଶୀ ମଦ ଜବତ ହୋଇଥିଲା। ଏହି ଚଢାଉରେ ଢାବାରୁ ୭.୧୯୦ ଲିଟର ବିଦେଶୀ ମଦ ସହିତ ୨୪୬ ଲିଟର ବିୟର ଜବତ ହୋଇଥିବା ଜଣାଯାଇଛି। ମାମଲାରେ ଢାବା ମାଲିକଙ୍କ ସହଯୋଗୀ ପପୁନ ବାଘ (୧୮)ଙ୍କୁ ଗିରଫ କରାଯାଇଥିବା ଅବକାରୀ ବଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭିନ୍ନ ଭିନ୍ନ ସ୍ଥାନରେ ଚଢାଇ କରାଯାଇ ବାବୁଲା ମହାନନ୍ଦିଆ (୩୫) ଏବଂ ସଚ୍ଚି ବଗର୍ତ୍ତିଙ୍କ ଠାରୁ ୧୦ ଲିଟର ଲେଖାଏଁ ଦେଶୀ ମଦ ଜବତ କରାଯିବା ସହିତ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଆଜି ଉକ୍ତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢାଉରେ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories