www.samajalive.in
Tuesday, December 9, 2025
16.1 C
Bhubaneswar

ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ; ଚାଲାଣକାରୀ ଗିରଫ

ଚିତ୍ରକୋଣ୍ଡା :  ପୁଣି କିଛିଦିନ ର ବ୍ୟବଧାନ ପରେ ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଟ୍ରାକ୍ଟର ଯୋଗେ ପଡୋଶୀ ଆନ୍ଧ୍ରକୁ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇ ସହ ଚୋରା ଚାଲାଣ କାରୀକୁ  ଚିତ୍ରକୋଣ୍ଡା ପୁଲିସ ଗିରଫ କରିଛି ।୧୧୧୩ କେ ଜି ୬୦୦ ଗ୍ରାମ ଓଜନର  ଗଞ୍ଜେଇ ଜବତ କରିବା ସହ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ କୌଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୁଲିସର ଏକ ଟିମ ୧୫ତାରିଖ ରାତିରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କପାତୁଟି ପଂଚାୟତର ସିଲ ପଣ୍ଟି ଘାଟି ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ କୁରମାନୁର ଗ୍ରାମରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟର କୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ପୁଲିସକୁ ଦେଖି ଟ୍ରାକ୍ଟର ରେ ବସିଥିବା କିଛି ଲୋକ ଅନ୍ଧାର ର ସୁଯୋଗ ନେଇ ଟ୍ରାକ୍ଟର ରୁ ଡେଇଁ ପଳାଇ ଥିଲେ। ପୁଲିସ ଜଣେ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ହେଲେ ଦାତୁନଗୁଡା ଗ୍ରାମର ସୁକଦେଵ ଖରା ( ୨୩)   । ଉକ୍ତ ଜବତ ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନା କୁ ଆଣି ଓଜନ କରିବାରୁ ୧୧୧୩ କେ ଜି ୬୦୦ ଗ୍ରାମ ଓଜନ ଥିବା ଓ ଏହାର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ୮୫  ହଜାର ଟଙ୍କା ହେବା ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଏଥିସହ ଗଞ୍ଜେଇ ନେଉଥିବା ଟ୍ରାକ୍ଟର , ନଗଦ ୬୫୦ ଟଙ୍କା , ସହ ଅଭିଯୁକ୍ତ ର ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଜବତ କରିଛନ୍ତି। ଚିତ୍ରକୋଣ୍ଡା ଥାନା କେସ ନଂ ୫୦/ ୧୬/୪/୨୦୨୧ ଅନୁଯାୟୀ ଅଭିଯୁକ୍ତ କୁ ମାଲକାନଗିରି ଜିଲ୍ଲା କୋର୍ଟରେ ହାଜର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories