www.samajalive.in
Sunday, December 7, 2025
14.1 C
Bhubaneswar

ଖୁସି ହେବେ ଚାଷୀ, ଏଥର ହେବ ସ୍ୱାଭାବିକ ବର୍ଷା

ଚଳିତ ବର୍ଷ ବର୍ଷାଋତୁରେ ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ। ଏ ସମ୍ପର୍କରେ ବିଜ୍ଞାନ, କାରିଗରୀ ବିଦ୍ୟା ଓ ପୃଥ୍ୱୀବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦେଶରେ ଜୁନ୍‍ରୁ ସେପ୍ଟେମ୍ବର ମାସରେ ପ୍ରଭାବିତ ହୋଇଥାଏ ଏବଂ ଏହି ସମୟରେ ଚଳିତବର୍ଷ ଶତକଡା ୯୬ରୁ ୧୦୪ ଭାଗ ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଏକ ଉନ୍ନତ ତଥା ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ପୂର୍ବାନୁମାନ ପ୍ରଣାଳୀ ବ୍ୟବହୃତ ହୋଇଛି ଯେଉଁଥିରେ ବିଶ୍ୱର ବିଭିନ୍ନ ଜଳବାୟୁ ମଡେଲ୍ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମେ ମାସ ଶେଷ ସପ୍ତାହରେ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିବ। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଛି। ୧୯୬୧ରୁ ୨୦୧୦ ମଧ୍ୟରେ ଦେଶର ମୌସୁମୀ ବାୟୁ ପ୍ରଭାବରେ ହୋଇଥିବା ବୃଷ୍ଟିପାତର ହାରକୁ ହିସାବକୁ ନେଇ ପାଣିପାଗ ବିଭାଗ ଏହି ହିସାବ କରିଥାଏ ଯାହା ଅନୁଯାୟୀ ମୌସୁମୀ ଋତୁରେ ୮୮୦ ମିଲିମିଟର ବା ୮୮ ସେଣ୍ଟିମିଟର ବର୍ଷା ହେଲେ ତାହାକୁ ଦୀର୍ଘକାଳୀନ ହାରାହାରି ହାରାହାରି କୁହାଯାଏ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories