www.samajalive.in
Sunday, December 7, 2025
15.1 C
Bhubaneswar

କରୋନାର କାଳଚକ୍ରରେ ଅତାବିରା, ଅର୍ଦ୍ଧ ଶତକରେ ପହଞ୍ଚିଲା ସଂକ୍ରମଣ

ରେଙ୍ଗାଲି କ୍ୟାମ୍ପ: କରୋନାର ଦ୍ଵିତୀୟ ଲହରୀର ଭୟାବହତା ଏବେ ତାର କାୟା ବିସ୍ତାର କରି ଚାଲିଛି । ଅତାବିରା ଅଞ୍ଚଳରେ ଧୀରେ ଧୀରେ ଅଣାୟତ୍ତ ହୋଇ ଗୁରୁତର ସ୍ଥିତି ଆଡ଼କୁ ବଢୁଛି ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ମିଳିଥିବା ରେପୋର୍ଟ ଅନୁଯାୟୀ ଅତାବିରରେ ୫୨ଜଣ ସଂକ୍ରମିତ ଥିବାର ସୂଚନା ମିଳିଛି। ଏଥି ମଧ୍ୟରୁ ଏନଏସିର ବିଭିନ୍ନ ୱାର୍ଡରେ ୨୭ଜଣ ଓ ୨୪ଟି ପଞ୍ଚାୟତ ମଧ୍ୟରୁ ଟାମ୍ପରସରାରେ ୨ଜଣ, ସିଲେଟରେ ୨ଜଣ, ଗୋଡ଼ଭଗାରେ ୪ଜଣ, ମନାପଡ଼ାରେ ୨ଜଣ, ଟୋପ ପଞ୍ଚାୟତରେ ୨ଜଣ, ଲହଣ୍ଡାରେ ଜଣେ, କୁଲୁତା ଟିକ୍ରାରେ ଜଣେ, ଜହ୍ନାପଡ଼ାରେ ୨ଜଣ, କୁଳୁଣ୍ଡା ପଞ୍ଚାୟତରେ ୫ଜଣ, ହିର୍ଲ୍ଲି ପାଲିରେ ୨ଜଣ, କାଡୋବାହଲରେ ଜଣେ ଓ ଦୁଲମପୁରରେ ଜଣେ ମିଶି ମୋଟ ୨୫ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।

ସରକାରଙ୍କ ସବୁ ହିସାବକୁ ଓଲଟ ପାଲଟ କରିଦେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ଆଜିର ପରିସ୍ଥିତିରେ ଅଧିକ ରହିଛି। ତେଣୁ ଭୟାବହତା ବି ଅଧିକ ରହିଛି। ତଥାପି ଲୋକ ସତର୍କ ରହୁନଥିବା ଦୁଃଖର ବିଷୟ।ଦୀର୍ଘ ଦିନ ଧରି କରୋନା ତାର କରାମତି ଦେଖାଇ ଆସୁଥିଲେ ମଧ୍ୟ ଲୋକେ ସଚେତନ ହୋଇପାରୁ ନାହାନ୍ତି। ଆଜି ବି ପୋଲିସକୁ ଯାଞ୍ଚ କରିବାକୁ ପଡୁଛି ଲୋକେ ମାସ୍କ ପିନ୍ଧିଛନ୍ତି ନା ନାହିଁ। ଲୋକ ମାସ୍କ ନ ପିନ୍ଧି ଜୋରିମାନା ଦେଉଛନ୍ତି ହେଲେ ମାସ୍କ ପିନ୍ଧିବାକୁ ଜରୁରୀ ମନେ କରୁନାହାନ୍ତି। କୌଣସି ଜାଗାରେ ସାମାଜିକ ଦୂରତା ମାନୁ ନାହାନ୍ତି। ଦୋକାନ ବଜାର ସବୁଠାରେ ଜନ ଗହଳି କରି ଲୋକେ ବିପଦକୁ ନିମନ୍ତ୍ରଣ କରୁଛନ୍ତି। ଆଉ ବସମାନଙ୍କରେ ଯାତ୍ରୀଙ୍କ ଭିଡ଼ କହିଲେ ନସରେ। ଅତାବିରାରେ ପୋଲିସ ମାସ୍କ ଯାଞ୍ଚ କରୁଛି କିନ୍ତୁ ଗାଆଁ ଗଣ୍ଡାମାନଙ୍କରେ ଲୋକ ନା ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତା ରକ୍ଷା କରୁଛନ୍ତି। ମଦ ପାଇଁ ବିଭିନ୍ନ ଆଡ୍ଡାରେ ଠେଲା ପେଲା ଚାଲିଛି ଲୋକଙ୍କ ଭିତରେ। ତେଣୁ ସାମାଜିକ ଦୂରତା ରକ୍ଷା କରିବା ସହ ପ୍ରତି ଅନୁଷ୍ଠାନ, ଅଫିସ ଓ ଦୋକାନମାନଙ୍କରେ ସାନିଟାଇଜ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories