www.samajalive.in
Monday, December 8, 2025
17.1 C
Bhubaneswar

କରୋନାର ସ୍ଥିତି ଓ ପରିସ୍ଥିତି ଶୀର୍ଷକ ଉପରେ ଆଲୋଚନା

କଣ୍ଟାବାଞ୍ଜି: ନିର୍ଝରଣୀ ଆନୁକୂଲ୍ୟରେ ଏକ କରୋନା ସଚେତନତା ସଭା ପଞ୍ଚବଟୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀକୁ ନଜରରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ ନିର୍ଝରଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯୋଗେଶ୍ୱର ଧରୁଆ ଅତିରିକ୍ତ ତହସିଲଦାର କଣ୍ଟାବାଞ୍ଜି ମୁଖ୍ୟ ଅତିଥି, ଅଧିବକ୍ତା ବିଷ୍ଣୁ ପ୍ରସାଦ ଶର୍ମା ମୁଖ୍ୟବକ୍ତା, ସମିମ ଅହମଦ ଖାନ ସଭାପତି ଓକିଲ ସଂଘ ଓ ଏସ୍.ଜଗନ୍ନାଥ ରାଓ ସମ୍ପାଦକ ଓକିଲ ସଂଘ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କରୋନାର ସ୍ଥିତି ଓ ପରିସ୍ଥିତି ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମସ୍ତ ଅତିଥି ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତ ଧୋଇବା ଉପରେ ଗୁତୁତ୍ୱ ଦେବା ସହିତ ୪୫ ବର୍ଷ ରୁ ଉଦ୍ଧ୍ୱର୍ ବ୍ୟକ୍ତି ମାନଙ୍କୁ ଟିକା ନେବାପାଇଁ ଗୁତୁତ୍ୱ ଦେଇଥିଲେ। ତା ପରେ ଝାଞ୍ଜିରେ ଝାଞ୍ଜିରେ କବିତା ଲହରୀ ବହୁ ଭାଷୀ କବିତା ପାଠରେ କବି ବିଭୁଦତ ସାହୁ, ଅଞ୍ଜଳୀ ମାଝୀ, ଉମେଶ ବେହେରା, ଶ୍ୟାମସୁନ୍ଦର ଗୁରୁ, ପ୍ରଭାତ ମିଶ୍ର, ନରେନ୍ଦ୍ର କୁମାର ସୁନା, ବ୍ରଜଶ୍ୟାମ ଗୁରୁ, ରବିନାରାୟଣ ତ୍ରିପାଠୀ କବିତା ପାଠ କରିଥିଲେ। ବିଭୁଦତ ସାହୁ ସଭା ପରିଚାଳନା କରିଥିବା ବେଳେ ସମ୍ପାଦିକା ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ତରଫରୁ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବାରେ ଦାମୋଦର ସାହୁ, ଥମିର ଛତ୍ରିଆ ସହଯୋଗ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories