www.samajalive.in
Saturday, December 6, 2025
26.1 C
Bhubaneswar

ଅମାନବୀୟ: କରୋନା ରୋଗୀ ଓ ୨ ମହିଳାଙ୍କୁ ଲାଠିରେ ପିଟିଲା ପୁଲିସ

ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ପୁଲିସ କର୍ମଚାରୀଙ୍କ ଅମାନବୀୟ କାର୍ଯ୍ୟକଳାପର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଏଠାରେ ଜଣେ କରୋନା ରୋଗୀଙ୍କୁ ପୁଲିସ ଅମାନୁଷିକ ଭାବେ ଲାଠିରେ ମାଡ଼ ମାରିଛି। ଏପରି କି ଉଦ୍ଧାର କରିବାକୁ ଆସିଥିବା ରୋଗୀର ପରିଜନମାନଙ୍କୁ ବି ପୁଲିସ ମାଡ଼ ମାରିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଘଟଣାକୁ ନିନ୍ଦା କରାଯାଇଛି।

ସୂଚନା ଅନୁସାରେ, ସିରସୋଦ ବଞ୍ଜାରୀ ଗାଁରେ ଜଣେ ୨୦ ବର୍ଷୀୟ ଯୁବକ କରୋନାରେ ସଂକ୍ରମିତ ହୋଇଥିଲେ। ଏହି ଖବର ମିଳିବା ପରେ ଗତ ଶୁକ୍ରବାର ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେବାକୁ ଆସିଥିଲେ। କିନ୍ତୁ ପରିବାର ଲୋକେ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥାର କାରଣ ଦର୍ଶାଇ ଯୁବକଙ୍କୁ ଘରେ ଆଇସୋଲେଶନରେ ରଖିବାକୁ ଜିଦି କରିଥିଲେ। ଏହାକୁ ନେଇ ସ୍ବାସ୍ଥ୍ୟକର୍ମୀ ଏବଂ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସେମାନେ ଫେରିଯାଇଥିଲେ। ପରେ ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଏ ନେଇ ଥାନାରେ ଅବଗତ କରାଯାଇଥିଲା। ରୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଆକ୍ରମଣ କରିଥିବା ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଥିଲେ।

- Advertisement -

ଏହା ପରେ ଗତ ରବିବାର କିଛି ପୁଲିସ କର୍ମଚାରୀ ପହଞ୍ଚି ସମ୍ପୃକ୍ତ କରୋନା ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିଲା। ଗାଁ ଦାଣ୍ଡରେ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ କିଛି ଲୋକ ତାହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଅନ୍ୟପଟେ ସ୍ଥାନୀୟ ଛୈଗାଓଁ ମାଖନ ଥାନା ଅଧିକାରୀ ଜି. କନୈଲ କୁହନ୍ତି, ସ୍ବାସ୍ଥ୍ୟକର୍ମୀମାନଙ୍କ ଉପରେ ରୋଗୀଙ୍କ ପରିବାର ପକ୍ଷରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେବା ପରେ ପୁଲିସର ଏକ ଟିମ୍‌ ସିରସୋଦ ଗାଁକୁ ଯାଇଥିଲା। କିନ୍ତୁ ସେଠାରେ ପୁଲିସ ଟିମ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଏସଆଇ ଏବଂ ଏଏସଆଇଙ୍କ ସମେତ ୨ ସ୍ବାସ୍ଥ୍ୟକର୍ମୀ ଆହତ ହୋଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories