www.samajalive.in
Sunday, December 7, 2025
15.1 C
Bhubaneswar

ସାମ୍ବାଦିକ ଓ ପୁଲିସ ପକ୍ଷରୁ ମିଳିତ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: କରୋନାର ପ୍ରତ୍ୟାବର୍ତ୍ତନ ପରିପ୍ରେକ୍ଷୀରେ ଜିଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତା କାର୍ଯ୍ୟକ୍ରମ ପୁଣି ଜୋର ଧରିଛି। ଏଥିରେ ସାମିଲ ହୋଇଛନ୍ତି ସରକାରୀ ସଂସ୍ଥାମାନଙ୍କ ସହ ବିଭିନ୍‍ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ଶୁକ୍ରବାର ଫୁଲବାଣୀ ପ୍ରେସକ୍ଲବ ଓ ଟାଉନ ପୁଲିସ ପକ୍ଷରୁ ଏକ ମିଳିତ କରୋନା ସଚେତନତା ରାଲି କରାଯାଇଥିଲା। ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଥାନୀୟ ପ୍ରେସ କ୍ଲବର ସଦସ୍ୟମାନେ ଟାଉନ ଥାନାଠାରୁ ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଯାଇ ସହରବାସୀଙ୍କ ମଧ୍ୟରେ କରୋନା ସଂପର୍କିତ ସଚେତନତା ସୃଷ୍ଟି କରିଥିଲେ। ଏହି ସମୟରେ ମୂଖ୍ୟ ବଜାରର ବିଭିନ୍ନ ଦୋକାନ ମାନଙ୍କରେ ଦୋକାନୀ ଓ ଗ୍ରାହକ ମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ମାନିବା ପାଇଁ ପରାମର୍ଶ ଦିଆଯାଇଥିଲା। କରୋନାର ଦ୍ୱୁିତୀୟ ଲହରକୁ ନେଇ ସୃଷ୍ଟି ହୋଇଥିବା ବିପଦ ପ୍ରତି ସମସ୍ତେ ସତର୍କ ରହିବା ପାଇଁ ସାବଧାନ କରି ଦିଆଯାଇଥିଲା। ଏ ଅବସରରେ ମାସକ୍‍ ପରିଧାନ କରି ନଥିବା ଲୋକଙ୍କଠାରୁ ପୁଲିସ୍‍ ପକ୍ଷରୁ ଜରିମାନା ଆଦାୟ କରାଯାଇଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଂପାଦକ ଅଜିତ କୁମାର ମହାରଣା, ବରିଷ୍ଠ ସଦସ୍ୟ ଫିଲମନ ନାୟକ, ଗୋପାଳକୃଷ୍ଣ ପଟ୍ଟନାୟକ, ବ୍ରଜ ବିହରୀ ନନ୍ଦ , ଅଶୋକ ମହାନ୍ତି , ଜୟସେନ ପରିଡା, ସୁଜିତ ବେହେରା , ପ୍ରଶାନ୍ତ ବେହେରା , ଦେବାଶିଷ୍‍ ପଟନାୟକ, ଭିଲୋକନାଥ ରାଜି, ଅଶୋକ ମିଶ୍ରଙ୍କ ସମେତ ବହୁ ସଦସ୍ୟ ସହିତ ସଦସ୍ୟମାନେ ଯୋଗ ଦେଇଥିଲେ। ସେହିଭଳି ଏହି ସଚେତନତା କାର୍ଯ୍ୟକ୍ରମରେ ଅତରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା, ସଦର ଏସଡିପିଓ ମହେନ୍ଦ ନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠିଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories