www.samajalive.in
Monday, December 8, 2025
17.1 C
Bhubaneswar

ବଳାତ୍କାର ମାମଲା ବୃଦ୍ଧି ପାଇଁ ବଲିଉଡ୍‌କୁ ଦାୟୀ କଲେ ଇମ୍ରାନ, ପତ୍ନୀ କହିଲେ- ନିଜ ଆଖିକୁ ସଂଯତ ରଖ

ଇସଲାମାବାଦ: ବଳାତ୍କାର ମାମଲା ଉପରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଏପରି କି ନିଜ ପତ୍ନୀମା​‌ନଙ୍କଠାରୁ ବି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଇମ୍ରାନ ବଳାତ୍କାର ମାମଲା ବୃଦ୍ଧି ପାଇଁ ବଲିଉଡ୍‌, ମହିଳାଙ୍କ ଛୋଟ ପୋଷାକ ପରିଧାନ ଏବଂ ପଶ୍ଚିମ ସଂସ୍କୃତିକୁ ଦାୟୀ କରିଛନ୍ତି। ଇମ୍ରାନଙ୍କ ଏହି ମନ୍ତବ୍ୟ ଉପରେ ତାଙ୍କର ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିତ କଡ଼ା ସମାଲୋଚନା କରି କହିଛନ୍ତି, ପୁରୁଷମାନଙ୍କ ଆଖି ଉପରେ ପରଦା ପକାଇବାକୁ ଶିକ୍ଷା ଦିଆଯାଇଛି, ମହିଳାମାନଙ୍କ ଉପରେ ପରଦା ପକାଇବାକୁ ନୁହେଁ। ନିଜ ଆଖିକୁ ସଂଯତ ରଖିବା ଦାୟିତ୍ଵ ପୁରୁଷମାନଙ୍କର। ସେ ଯେଉଁ ଇମ୍ରାନଙ୍କୁ ଜାଣିଥିଲେ, ସେ ପୁରୁଷଙ୍କ ଆଖିରେ ପରଦା ପକାଇବା କଥା କହୁଥିଲେ। ଏ ସେହି ଇମ୍ରାନ ନୁହନ୍ତି ବୋଳି ଜେମିମା କହିଛନ୍ତି।

- Advertisement -

ସେହିପରି ଇମ୍ରାନଙ୍କ ୨ୟ ପତ୍ନୀ ରେହମ ଖାନ ମଧ୍ୟ ତାଙ୍କର ଏହି ମନ୍ତବ୍ୟ ପାଇଁ କଟୁ ସମାଲୋଚନା କରିବା ସହିତ ନିଜ ମୁହଁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇମ୍ରାନ ଯେତେ କମ୍‌ କଥା କହିଲେ, ତାହା ସମସ୍ତଙ୍କ ପାଇଁ ସେତେ ଭଲ ହେବ।

ସୂଚନାଯୋଗ୍ୟ, ଇମ୍ରାନ ପାକିସ୍ତାନରେ ବଢୁଥିବା ଅଶ୍ଳୀଳତା ପାଇଁ ଭାରତ ଏବଂ ୟୁରୋପକୁ ଦାୟୀ କରିଥିଲେ। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଦେଶରେ ବଢୁଥିବା ବଳାତ୍କାର ମାମଲାକୁ ରୋକିବା ପାଇଁ ଲୋକଙ୍କ ସହଯୋଗ ଜରୁରୀ। ବଳାତ୍କାରରୁ ବର୍ତ୍ତିବା ଲାଗି ପାକିସ୍ତାନୀ ମହିଳାମାନଙ୍କୁ ପରଦା ଭିତରେ ରହିବା ଦରକାର, ଫଳରେ ସେମାନଙ୍କୁ କେହି ପ୍ରଲୋଭିତ କରିପାରିବେ ନାହିଁ। ଇମ୍ରାନ ଆହୁରି କହିଥିଲେ, ଭାରତରେ ବଲିଉଡ୍‌ ଯୋଗୁ ଏତେସବୁ ବଳାତ୍କାର ମାମଲା ଦେଖିବାକୁ ମିଳୁଛି, ଯେଉଁଥିପାଇଁ ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ କୁହାଯାଉଛି। ୟୁରୋପରେ ଅଶ୍ଳୀଳତା ପାରିବାରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ସେଥିଲାଗି ପାକିସ୍ତାନୀ ଲୋକମାନଙ୍କୁ ଅଶ୍ଳୀଳତା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସହଯୋଗ କରିବା ଜରୁରୀ।

ଅନ୍ୟପଟେ ଇମ୍ରାନଙ୍କ ଏପରି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଅନେକ ସେଲିବ୍ରିଟି ତାଙ୍କୁ ସମାଲୋଚନା କରିବା ସହିତ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ପାକିସ୍ତାନରେ ମାନବାଧିକାର କର୍ମୀମାନେ ବି ଇମ୍ରାନଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories