www.samajalive.in
Monday, December 8, 2025
20.1 C
Bhubaneswar

ଲକ୍‍ଡାଉନ୍‍ ନିୟମ ଭାଙ୍ଗି ଶହେରୁ ଅଧିକ ଥର ଉଠ୍‍ ବସ୍‍ ହେଲେ ବ୍ୟକ୍ତି, ଘରେ ପହଞ୍ଚି ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଲକ୍‍ଡାଉନ୍‍ କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ଧରାପଡ଼ିବାରୁ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ସ୍ୱରୂପ ଶହେରୁ ଅଧିକ ଥର ଉଠ ବସ ହେବାକୁ ପଡ଼ିଛି। ଉଠ ବସ ହେବାରୁ ବ୍ୟକ୍ତି ଜଣକର ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଗଲା ଯେ, ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା। ଏବେ ଏହି ମାମଲାକୁ ନେଇ ପୁଲିସ ଉପରେ ଚାପ ପଡ଼ୁଥିବା ଜଣାପଡ଼ିଛି। ଫିଲିପାଇନ୍ସର ମନୀଲା ଅଞ୍ଚଳରେ ବାସ କରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ୨୮ ବର୍ଷିୟ ଡେରେନ୍‍।

ସୂଚନା ମୁତାବକ, ଡେରେନ୍‍ ପାଣି ଆଣିବା ପାଇଁ ଘରୁ ବାହାରିଥିଲେ। ମାତ୍ର ଲକ୍‍ଡାଉନ୍‍ ହୋଇଥିବା କାରଣରୁ ତାଙ୍କୁ କିଛି ସ୍ଥାନୀୟ ଲୋକ ଧରି ପୁଲିସ ଷ୍ଟେସନ୍‍ ନେଇଯାଇଥିଲେ। ପୁଲିସ ଷ୍ଟେସନରେ ଡେରେନଙ୍କୁ ୩୦୦ ଥର ଉଠ୍‍ ବସ୍‍ ହେବାକୁ ପଡ଼ିଥିଲା। ଘରେ ପହଞ୍ଚିବା ପରେ ଡେରେନ୍‍ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ତାଙ୍କୁ ବହୁତ କଷ୍ଟ ଅନୁଭୂତ ହେଉଛି। ଡେରେନଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କର ହୃଦୟ ସମ୍ବନ୍ଧୀୟ ସମସ୍ୟା ଥିଲା ଏବଂ ସେ ଖୁବ୍‍ କଷ୍ଟ ପାଉଥିଲେ।

- Advertisement -

ଡେରେନଙ୍କ ପତ୍ନୀ ଯେତେବେଳେ ତାଙ୍କୁ ପଚାରିଲେ ଯେ ସେ କାହିଁକି ଚାଲି ପାରୁନାହାନ୍ତି, ସେତେବେଳେ ଡେରେନ୍‍ କହିଲେ ଯେ, ପୁଲିସ ପ୍ରଥମେ ତାଙ୍କୁ ୧୦୦ ଥର ଉଠ୍‍ ବସ୍‍ ହେବାକୁ କହିଲା କିନ୍ତୁ ତାଙ୍କୁ ୩୦୦ ଥର ଉଠ ବସ ହେବାକୁ ପଡ଼ିଲା। ଅଧିକ ଉଠ ବସ ହେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅପର ପକ୍ଷରେ ଡେରେନ୍‍ଙ୍କ ଭଉଣୀ ଏଡ୍ରିୟାନ ଏହି ମାମଲାର ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ଏପ୍ରିଲ୍‍ ୧ ତାରିଖର ବୋଲି ଜଣାପଡ଼ିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories