www.samajalive.in
Tuesday, December 9, 2025
17.1 C
Bhubaneswar

ପୁଣି ଡରାଇଲା ବାର୍ଡ ଫ୍ଲୁ: ହିମାଚଳ ପ୍ରଦେଶରେ ଶତାଧିକ ପକ୍ଷୀ ମୃତ

ଶିମଳା: ଦେଶରେ କୋଭିଡ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପରିଲକ୍ଷିତ ହୋଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁରେ ସଂକ୍ରମିତ ଶତାଧିକ ମୃତ ପକ୍ଷୀଙ୍କୁ ଠାବ କରାଯାଇଛି। ଗତ ଦୁଇସପ୍ତାହ ମଧ୍ୟରେ ପୋଙ୍ଗ ଡ୍ୟାମ ଲେକରୁ ବନ୍ୟପ୍ରାଣୀ ଅଧିକାରୀମାନେ ଶତାଧିକ ଦେଶାଟନକାରୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଥିବା କହିଛନ୍ତି। ସେମାନଙ୍କର ପରୀକ୍ଷା କରାଯିବା ବାର୍ଡ ଫ୍ଲୁ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ଉକ୍ତ ଲେକରେ ପ୍ରାୟ ୫ହଜାର ପକ୍ଷୀଙ୍କର ବାର୍ଡ ଫ୍ଲୁ ରେ ମୃତ୍ୟୁ ଘଟିଥିଲା।

ପକ୍ଷୀମାନଙ୍କ ଶରୀରରୁ ନମୁନା ସଂଗ୍ରହ କରାଯାଇ ଭୋପାଳସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜେସକୁ ପଠାଯାଇଥିଲା। ସେଠାରେ ମୃତ ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଛି ବୋଲି ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଅର୍ଚ୍ଚନା ଶର୍ମା କହିଛନ୍ତି। ତେବେ ଚଳିତ ଥର ପକ୍ଷୀଙ୍କ ଶରୀରରୁ ମିଳିଥିବା ଷ୍ଟ୍ରେନ୍‍ ପୂର୍ବଥର ଅପେକ୍ଷା ଭିନ୍ନ ବୋଲି ସେ କହିଛନ୍ତି।

- Advertisement -

ରାଜ୍ୟର ଶିମଳା ଜିଲାର ଥିଓଗ, କୁଲୁ ଜିଲାର ମନାଲି ଆଦି ସ୍ଥାନରୁ ମଧ୍ୟ ବାର୍ଡ ଫ୍ଲୁ ଖବର ହସ୍ତଗତ ହୋଇଛି। ଇତିମଧ୍ୟରେ ରାଜ୍ୟର ସମସ୍ତ ପକ୍ଷୀ ଅଭୟାରଣ୍ୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇ ପକ୍ଷୀମାନଙ୍କର ଗତିବିଧି ଉପରେ ନଜର ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories