www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବାସୀଙ୍କ ଯୋଗୁ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବ୍ୟାପୁଛି:ରାଜ ଥାକରେ

ମୁମ୍ବଇ: ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ ଦାୟୀ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଏମଏନଏସ ମୁଖ୍ୟ ରାଜ ଥାକରେ। ମଙ୍ଗଳବାର ସେ କହିଛନ୍ତି ଯେ ଯେଉଁସବୁ ରାଜ୍ୟରୁ ମହାରାଷ୍ଟ୍ରକୁ ପ୍ରବାସୀ ଶ୍ରମିକମାନେ ଆସୁଛନ୍ତି, ସେହି ରାଜ୍ୟଗୁଡିକରେ ପର୍ଯ୍ୟାପ୍ତ କୋଭିଡ ପରୀକ୍ଷା ସୁବିଧା ନାହିଁ। ସେଠାରୁ ଏହି ଶ୍ରମିକମାନେ ଆସିବାପରେ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧିପାଉଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ଭାରତର ସବୁଠାରୁ ଶିଳ୍ପୋନ୍ନତ ରାଜ୍ୟ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ଏଠାକୁ ଜୀବିକା ଉପାର୍ଜନ ପାଇଁ ଆସୁଛନ୍ତି।
ଥାକରେ କହିଛନ୍ତି, ଗତବର୍ଷ ଲକ୍‍ଡାଉନ ସମୟରେ ସେ ପ୍ରସ୍ତାବ ଦେଇଥିଲେ ଯେ ସ୍ୱସ୍ଥାନକୁ ଫେରିଯାଉଥିବା ପ୍ରବାସୀ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଆବଶ୍ୟକ, କିନ୍ତୁ ତାହା କରାଗଲା ନାହିଁ। ଏହି ଅବସରରେ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ସହିତ ଭର୍ଚୁଆଲ ପଦ୍ଧତିରେ ଆଲୋଚନା କରିବା ଅବସରରେ କ୍ରୀଡାବିତମାନଙ୍କୁ ସେମାନଙ୍କର ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ସାମାଜିକ ଦୂରତା ବଜାୟ ରଖି ଜିମ୍‍ନାସିୟମ ଖୋଲିବା ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।
ସୋମବାର ରାତିରୁ ମହାରାଷ୍ଟ୍ରରେ ଲାଗୁ ହୋଇଥିବା ନୂଆ କଟକଣାଗୁଡିକ ସମ୍ପର୍କରେ ପ୍ରକାଶକରି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ର ସଭାପତି ରାଜ ଥାକରେ କହିଥିଲେ, ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ଅନ୍ତତଃ ଦୁଇ ଅଥବା ତିନିଦିନ ଖୋଲା ରଖାଯିବା ଉଚିତ। ଅନ୍ୟପକ୍ଷରେ କଳକାରଖାନାରେ ଉତ୍ପାଦନ ଚାଲୁ ରହିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories