www.samajalive.in
Monday, December 8, 2025
17.1 C
Bhubaneswar

ଧଳାଜହର କବଳରେ ଯୁବପିଢି, ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟ

ବେଗୁନିଆ : ବେକାରୀ ସମସ୍ୟା ଏବଂ ରାତାରାତି କୋଟିପତି ହେବାର ନିଶା ଲାଗି ବର୍ତ୍ତମାନ ଗାଁ ଗହଳି, ବଜାରଘାଟ ଓ ଛକ ଜାଗା ମାନଙ୍କରେ ବ୍ରାଉନ ସୁଗାର କାରବାର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଧଳାଜହର ସେବନ କରିବା ଫଳରେ ପକ୍ଷରିବାରିକ ହିଂସା, ଅଶାନ୍ତି, ଗଣ୍ଡଗୋଳ ଏବଂ ଲୁଟ ତରାଜ ବଢ଼ୁଥିବାବେଳେ ଧଳା ଜହର ଖାଉଥିବା ବ୍ୟକ୍ତିଟି ସର୍ବସ୍ୱାନ୍ତ ହେଉଛନ୍ତି। ଏମିତି ବି ଶୁଣିବାକୁ ମିଳୁଛି ଘରେ ଘରେ କିଛି ମହିଳା ମଧ୍ୟ ପୁରୁଷମାନଙ୍କ ସହିତ ଏହି ବେପାର କରିବାକୁ ଲାଗିଲେଣି । ତେଣୁ ଗାଁ ଗହଳିରେ ଏବେ ପାଉର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଥିବା ଯୁବପିଢି ବିଭିନ୍ନ ସମୟରେ ବହୁ ଅନୈତିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । ଏହି ବେପାର ଏଅଂଚଳରେ ଏତେ ମାତ୍ରାରେ ବଢିଯାଇଛି ଯେ ଅବକାରୀ ବିଭାଗ ଏବଂ ପୁଲିସ ବିଭାଗକର୍ମଚାରୀମାନେ ତାର ଟେର ପାଉନାହାନ୍ତି । କିଛି ଦୋକାନ ଏବଂ ଜନଗହଳି ପୂର୍ଣ ସ୍ଥାନରେ ସିଗାରେଟ ଏବଂ ଦିଆସିଲ ଖୋଳରେ ପୁଡ଼ିଆ କରାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଗାଁ ଗହଳିରେ ଯେଉଁ ଯୁବକ ମାନେ ଦିନେ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ସେମାନେ ଧଳା ଜହର କବଳରେ ପଡି କାଙ୍ଗାଳ ହୋଇ ଘରେ ବସି ବାପା ,ମାଙ୍କ ଉପରେ ବୋଝ ପଲଟିଥିବାର ଦେଖିବାକୁ ମିଳୁଛି । ତେଣୁ ଲୋକମାନେ ସଚେତନ ହୋଇ ମିଳିତ ଭାବେ ଏହାର ପ୍ରତିବାଦ କଲେ ଏହି ବେପାର ଗାଁ ଗହଳିରୁ ଦୂର ହେବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories