www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି: ପୁଲିସର ଲାଠି ଚାର୍ଜ, ୨ ଗିରଫ

ବୁର୍ଲା: ରାଜ୍ୟ ତଥା ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ଅନ୍‌ଲାଇନ୍‌ ବଦଳରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଆଜି ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର କିଛି ଛାତ୍ର ବିଶ୍ବବିଦ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏପରିକି ଜ୍ୟୋତିବିହାର କ୍ୟାମ୍ପସରେ ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠି ଚାଳନା କରିଥିବା ସୂଚନା ମିଳିଛି। ଏଥିରେ ଆନ୍ଦୋଳନକାରୀ ଛାତ୍ର ଓ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି।


ମିଳିଥିବା ଖବର ଅନୁଯାୟୀ ବରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଅଞ୍ଚଳର ବହୁ ଛାତ୍ରଛାତ୍ରୀ ପୂର୍ବରୁ ଅଫଲାଇନ୍ ପରୀକ୍ଷା କରାଇବାକୁ କୁଳପତିଙ୍କୁ ଚିଠି ଲେଖିଥିଲେ। ଆଜି ସେମାନେ ବିଶ୍ୱବିଦ୍ୟାଳୟକୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ କେହି ଉପସ୍ଥିତ ନ ଥିବାରୁ ଆଲୋଚନା ହୋଇ ପାରି ନ ଥିଲା। ଏହା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଛାତ୍ର ମାନଙ୍କୁ ବୁଝାସୁଝା କରିଥିଲା। ସେପଟେ ଅନେକ ସମୟ ପର୍ଯ୍ୟନ୍ତ ସମ୍ବଲପୁର ଵିଶ୍ବବିଦ୍ୟାଳୟ ଫାଟକ ଵନ୍ଦ ରହିଥିବାରୁ ଏହାକୁ ନେଇ ଛାତ୍ରମାନେ ଭିତରକୁ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ପୁଲିସ ଓ ଉତ୍ୟକ୍ତ ଛାତ୍ରମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଛାତ୍ରମାନେ କିଛି ନ ଶୁଣିବାରୁ ପୁଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା।
ଏଥିରେ ଆନ୍ଦୋଳନକାରୀ ଓ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି । ଏହାପରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ କେତେକ ଛାତ୍ର ଆହତ ହୋଇଛନ୍ତି।

- Advertisement -


ବିଶ୍ବବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଶତାଧିକ ଅଜଣା ଯୁବକ ଆଜି ଦିନ ପ୍ରାୟ ୧ଟା ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଯୁବକମାନେ ଆସିବାର କୌଣସି ସୂଚନା ପାଇନଥିଲେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ। ତେବେ ସେମାନେ କ୍ୟାମ୍ପସରେ ଅଚାନକ ପହଞ୍ଚି କୁଳପତିଙ୍କ କାର୍ଯ୍ୟାଳୟ ଅଭିମୁଖେ ଦୌଡିଥିଲେ। ଏହାପରେ କୁଳପତିଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହାପରେ ସେହି ଯୁବକମାନେ ବରଗଡ଼ ଜିଲା ଛାତ୍ର କଂଗ୍ରେସ ସଦସ୍ୟ ବୋଲି ପରିଚୟ ଦେଇଥିଲେ। କୁଳପତିଙ୍କୁ ବରଗଡ଼ ଜିଲା ଅନ୍ତର୍ଗତ ସମସ୍ତ କଲେଜର ତୃତୀୟ ସେମିଷ୍ଟାର ଅଫଲାଇନ୍‌ ବଦଳରେ ଅନଲାଇନରେ ପରୀକ୍ଷା କରିବାକୁ ଦାବି କରିଥିଲେ। ତେବେ ଆସିଥିବା ଯୁବକ ମାନେ ପ୍ରକୃତରେ ଛାତ୍ର ନା କିଛି ବାହାର ଯୁବକ କିମ୍ବା ବରଗଡ଼ ଜିଲା ଛାତ୍ର କଂଗ୍ରେସ ସଦସ୍ୟ ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଅପରପକ୍ଷରେ କୌଣସି ଆଲୋଚନା ନ କରି ଉତ୍ୟକ୍ତ ହୋଇ ବିଶ୍ବବିଦ୍ୟାଳୟରେ ଭଙ୍ଗାରୁଜା କରିବା ଘଟଣାକୁ କୁଳପତି ନିନ୍ଦା କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories