www.samajalive.in
Monday, December 8, 2025
27.1 C
Bhubaneswar

ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ, ଉତ୍ତେଜନା ଜାରି

କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍‌ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଅନ୍ୟପଟେ ନିର୍ବାଚନ ଆୟୋଗ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ଥାନୀୟ ସେକ୍ଟର ଅଧିକାରୀ ତପନ ସରକାରଙ୍କୁ ନିଲମ୍ବିତ କରିଛନ୍ତି। ଏଠାରୁ ମିଳିଥିବା ଇଭିଏମ ଏବଂ ଭିଭିପ୍ୟାଟକୁ ନିର୍ବାଚନୀ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି।

ଟିଏମସି ନେତାଙ୍କ ଘରୁ ଇଭିଏମ ମିଳିବା ପରେ ଉଲବେରିଆରେ ବିଜେପି କାର୍ଯ୍ୟକର୍ତ୍ତାମାନେ ହଙ୍ଗାମା କରିଛନ୍ତି। ଉଲବେରିଆ ଉତ୍ତର ଆସନର ବିଜେପି ପ୍ରାର୍ଥୀ ଚିରନ ବେରା ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ବିବାଦ ବଢ଼ିବାରୁ ସୁରକ୍ଷାକର୍ମୀଙ୍କୁ ଲାଠିମାଡ଼ କରିବାକୁ ପଡ଼ିଛି।

- Advertisement -

ତେବେ ଟିଏମସି ନେତାଙ୍କ ଘରକୁ କିପରି ଇଭିଏମ ଗଲା ତାହାର ବି ପର୍ଦ୍ଦାଫାଶ ହୋଇଛି। ସୂଚନା ଅନୁସାରେ, ୧୭୭ ନମ୍ବର ବିଧାନସଭା ଆସନର ସେକ୍ଟର ୧୭ରେ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେକ୍ଟର ଅଧିକାରୀ ତପନ ସରକାର ରିଜର୍ଭ ଇଭିଏମ ଏବଂ ଭିଭିପ୍ୟାଟ ସହିତ ନିଜ ସେକ୍ଟରରେ ଉପସ୍ଥିତ ଥିଲେ। ମତଦାନ ପୂର୍ବଦିନ ରାତିରେ ସେ ନିଜ ବନ୍ଧୁଙ୍କ ଘରକୁ ଯାଇ ଶୋଇଥିଲେ। ତେଣୁ ସାଥୀରେ ବି ମେଶିନଗୁଡ଼ିକୁ ନେଇଯାଇଥିଲେ। ତାଙ୍କ ବନ୍ଧୁ ଆଉ କେହି ନ ଥିଲେ, ବରଂ ଟିଏମସି ନେତା ଗୌତମ ଘୋଷ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories