ନର୍ଲା : ସୋମବାର ରୁପ୍ରାରୋଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷ୍ୟ ଗ୍ରହଣ ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାନୁଯାୟୀ ଏହି ବିଦ୍ୟାଳୟକୁ ଡଃ ସାଧୁରାମ ଅଗ୍ରଓ୍ବାଲ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ, ବୁଦ୍ଧିଜୀବୀ, ଶିକ୍ଷାପ୍ରେମୀ ଓ ଅଭିଭାବକଙ୍କ ତରଫରୁ ଡଃ ଅଗ୍ରଓ୍ବାଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବର୍ତମାନ ଡଃ ଅଗ୍ରଓ୍ବାଲଙ୍କ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟର ପୁରାତନ ଗୃହକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣାଧୀନ ରହିଛି । ସେ ହେଉଛନ୍ତି ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠାତା ସମ୍ପାଦକ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ଯୋଗଦେଇ ବିଦ୍ୟାଳୟ ଓ ଡଃ ଅଗ୍ରଓ୍ବାଲଙ୍କ ଅତୀତରୁ ଆଜିଯାଏଁ ଥିବା ନିବିଡ଼ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ କିଶୋର ଭୋଇ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର ସାହୁ, ଜନକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନେପାଳ ଭୋଇ ମଞ୍ଚ ପରିଚାଳନା କରିଥିଲେ।
ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଡଃ ସାଧୁରାମ ଅଗ୍ରଓ୍ବାଲ : ଅଞ୍ଚଳବାସୀଙ୍କ ତରଫରୁ ସମ୍ବର୍ଦ୍ଧନା
Popular Categories



