www.samajalive.in
Tuesday, December 9, 2025
16.1 C
Bhubaneswar

୧୦ ଜିଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦେଶ : ସ୍ଥିତି ଦେଖି ହଷ୍ଟେଲ ବନ୍ଦ ନିଷ୍ପତ୍ତି ପାଇଁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ମୁଖ୍ୟତଃ ସମୀନ୍ତବର୍ତ୍ତୀ ଜିଲାରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ସ୍ଥିତି ଦେଖି ହଷ୍ଟେଲ ବନ୍ଦ କରିବା ଦିଗରେ ଜିଲାପାଳ ନିଷ୍ପତ୍ତି ନେବେ। ଏଭଳି ନିର୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ସ୍ବତନ୍ତ୍ର ରିଲିଫ କମିସନ(ଏସ୍‌ଆରଏସ୍‌)ଙ୍କ ଦ୍ବାରା ପ୍ରକାଶିତ ନିୟମାବଳୀ ମୁତାବକ ସଂପୃକ୍ତ ଜିଲାର ଜିଲାପାଳ ନିଷ୍ପତ୍ତି ନେଇପାରିବେ। ସେହିପରି ସବୁ ବିଦ୍ୟାଳୟରେ କରୋନା କଟକଣା ଠିକ୍‌ ଭାବେ ପାଳନ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଓ ଓସେପା ଯୁଗ୍ମ ନିର୍ଦେଶକ ୪ ସୀମାନ୍ତ ଜିଲାର ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ପରଖିଥିବା ଜଣାପଡ଼ିଛି। ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା ଜିଲାର ପ୍ରାୟ ୧୨ଟି ବିଦ୍ୟାଳୟ ଯାଇ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ସଂପୃକ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସହ ଶିକ୍ଷାନୁଷ୍ଠାନରେ କିଭଳି ଭାବେ କରୋନା କଟକଣା ସଠିକ୍‌ ଭାବେ ପାଳନ ହେବ ସେନେଇ ଆଲୋଚନା କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି, ମୋ’ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମ, ଉତ୍କର୍ଷ ସ୍କୁଲ କାର୍ଯ୍ୟକ୍ରମ, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଡିଜିଟାଲ ବ୍ୟବସ୍ଥାର ସୀମକ୍ଷା‌ କରିଛନ୍ତି ଦୁଇ ଅଧିକାରୀ।
ବରଗଡ଼ ଜର୍ଜ ହାଇସ୍କୁଲରେ ପାଠ ପଢିଥିବାରୁ ପୁରାତନ ଛାତ୍ର ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ୫୧ ହଜାର ଟଙ୍କା ମୋ’ ସ୍କୁଲ ଅଭିଯାନରେ ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories