www.samajalive.in
Tuesday, December 9, 2025
16.1 C
Bhubaneswar

ସର୍ବଭାରତୀୟ ସନ୍ତରଣ ପ୍ରତିଯୋଗୀତାରେ ପ୍ରତ୍ୟାଷାଙ୍କ ବ୍ରୋଞ୍ଜ ହାସଲ

ସମ୍ବଲପୁର : ଓଡିଶାର ସନ୍ତରଣକାରୀ ପ୍ରତ୍ୟାଷା ରାୟ ସର୍ବ ଭାରତୀୟ ସନ୍ତରଣ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ପାଇଁ ସୁନାମ ଆଣି ଦେଇଛନ୍ତି। ଭାରତୀୟ ସନ୍ତରଣ ମହାସଂଘ ଅଧିନସ୍ଥ କର୍ଣ୍ଣାଟକ ସୁଇମିଂ ଏସୋସିଏସନ ଦ୍ୱାରା ଆମନ୍ତ୍ରୀତ ‘ସର୍ବ ଭାରତୀୟ ଆମନ୍ତ୍ରଣ ସନ୍ତରଣ ପ୍ରତିଯୋଗୀତା’ର ବରିଷ୍ଠ ବର୍ଗରେ ଓଡିଶାର ସନ୍ତରଣକାରୀ ପ୍ରତ୍ୟାଷା ରାୟ ରାଜ୍ୟ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ।  ୨୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବାଙ୍ଗାଲୁରୁର ପାଦୁକୋଣ-ଦ୍ରାବିଡ ସ୍ପୋର୍ଟସ କଂପ୍ଳେକ୍ସରେ ଆୟୋଜିତ ଏହି ପ୍ରତିଯୋଗୀତାରେ ପ୍ରତ୍ୟାଷା ଏକ ମାତ୍ର ସିନିୟର ମହିଳା ଖେଳାଳି ଭାବରେ ଅଂଶଗ୍ରହଣ କରିଥିଲେ। ୧୦୦ ମିଟର ବେକ ଷ୍ଟ୍ରୋକ ପ୍ରତିଯୋଗୀତାରେ ସେ ୧.୧୦.୦ ମିନିଟ ସମୟ ସହିତ ସନ୍ତରଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କର୍ଣ୍ଣାଟକର ଜେଏସଡବ୍ଲ୍ୟୁ କେନ୍ଦ୍ରର ଚିଫ କୋଚ ଶରତ ଚନ୍ଦ୍ରଙ୍କ ତତ୍ୱାବଧାନରେ ସେ ପ୍ରଶିକ୍ଷଣ ନେଉଥିଲେ। ପ୍ରତ୍ୟାଷାଙ୍କ ଏହି ସଫଳତା ପାଇଁ ଓଡିଶା ରାଜ୍ୟ ସନ୍ତରଣ ସଂଘ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories