www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ୱଭୂଷଣ ହରିଚନ୍ଦନ ପାଇବେ ‘କଳିଙ୍ଗରତ୍ନ’ ସମ୍ମାନ

କଟକ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚଳିତ ବର୍ଷର ମର୍ୟ୍ୟାଦାଜନକ ‘କଳିଙ୍ଗରତ୍ନ’ ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଆଗାମୀ ଏପ୍ରିଲ ୨ ତାରିଖ ଅପରାହ୍ଣ ୫ଟାରେ ସାରଳା ଭବନଠାରେ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କିଆ ନାଇଡ଼ୁ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ତାଙ୍କୁ ରୌପ୍ୟନିର୍ମିତ ସରସ୍ୱତୀ ମୂର୍ତ୍ତି, ତାମ୍ରଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ। ଏନେଇ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ୱାଇଁ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି।

ଶ୍ରୀ ହରିଚନ୍ଦନ ଜଣେ ଦକ୍ଷ ପ୍ରଶାସକ ଓ ପ୍ରବୀଣ ରାଜନେତା। ସେ ଓଡ଼ିଶା ବିଧାନସଭାରେ ୫ ଥର ବିଧାୟକ ଏବଂ ବହୁବାର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ଭାବେ ନିଜର କାର୍ୟ୍ୟଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କ ସାରସ୍ୱତ କୃତିଗୁଡ଼ିକ ମଧ୍ୟରେ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା, ମାନସୀ, ସଂଗ୍ରାମ ସରିନାହିଁ ଆଦି ଉଲ୍ଲେଖନୀୟ। ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଅବିଭକ୍ତ ପୁରୀ ଜିଲା ବାଣପୁର ଥାନା ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ତାଙ୍କର ଜନ୍ମ। ସୂଚନାଯୋଗ୍ୟ ଯେ, ଜାତୀୟ ସ୍ତରରେ ଯେକୌଣସି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories