www.samajalive.in
Tuesday, December 9, 2025
16.1 C
Bhubaneswar

ଅଭିନବ ଉପାୟରେ କ୍ୟାସ୍ ଡିପୋଜିଟ ମେସିନରୁ ଲୁ୍ଟ୍ ; ଚମକପ୍ରଦ ତଥ୍ୟ ଦେଲେ ଲୁଟେରା

ବୌଦ୍ଧ : ବୌଦ୍ଧ ପୁଲିସ ଦ୍ୱାରା ସହରର ବୁଟୁପାଲି ଏଟିଏମ ନିକଟରୁ ଦୁଇ ଆନ୍ତରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କରାଯିବାପରେ ଅଭିନବ ଉପାୟରେ ଏଟିଏମ ଲୁଟ ମାମଲା ନେଇ ସେମାନଙ୍କ ନିକଟରୁ ଚମକପ୍ରଦ ତଥ୍ୟ ସଂଗ୍ରହ କରିଥିବା ଜଣାଯାଇଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ, କାନପୁର ଜିଲାର ବିକାଶ ସିଂ(୨୦) ଓ ଗୌରବ ସିଂ(୨୧) ନାମକ ଏହି ଦୁଇ ଉଚ୍ଚ ଶିକ୍ଷିତ ଯୁବକ କିଭଳି ଦେଶର ବିଭିନ୍ନ ବ୍ୟାଙ୍କର ଘରୋଇ କ୍ୟାସ ଡିପୋଜିଟ ମେସିନରୁ ଅଭିନବ ଉପାୟରେ ଲୁଟ କରୁଥିଲେ ତାହା ପୁଲିସ ନିକଟରେ ଖୁଲାସା କରିଛନ୍ତି। ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ମନୁ ସିଂ ରହି ଏମାନଙ୍କୁ କେଉଁ ଠାରେ କେଉଁ ଏଟିଏମ ଲୁଟ କରିବେ ତାହାର ବିସ୍ତୃତ ଯୋଜନା କରୁଥିଲା। ଏମାନଙ୍କ ନିକଟରେ ବିଭିନ୍ନ ବ୍ୟାଙ୍କର ଅନେକ ଏଟିଏମ କାର୍ଡ ମହଜୁଦ ରହିଛି। ଏମାନେ ସ୍ୱାଭାବିକ ଭାବେ କାର୍ଡକୁ ସ୍ୱାବ କରି ଟଙ୍କା ଉଠାଣ କରୁଥିଲେ ଏବଂ ଟଙ୍କା ମେସିନରୁ ବାହାରିବା ସମୟରେ ଏମାନେ କ୍ୟାସ ଟ୍ରେକୁ ଆଙ୍ଗୁଠି ପୁରାଇ ଅଟକାଇ ଦେଇ ଟଙ୍କା ବାହାର କରିନେଇଥାନ୍ତି। କେସ ଟ୍ରେ ବାହାରିବାର ନିର୍ଦ୍ଧାରିତ ସମୟ ଅତିକ୍ରମ କରିଯିବାପରେ କ୍ୟାସ ଟ୍ରେ ଟି ପୁଣିଥରେ ମେସିନ ଭିତରକୁ ଚାଲିଯାଉଥିଲା କିନ୍ତୁ ଟ୍ରାନଜେକ୍ସନ ରିପୋର୍ଟ ଫେଲ ଦେଖାଉଥିଲା । ସେହି ଉଠାଣ ଟଙ୍କାକୁ ସେହି ମେସିନରେ ଅନ୍ୟ ଏକ ଏକାଉଣ୍ଟରେ ସଙ୍ଗେ ସଙ୍ଗେ ଡିପୋଜିଟ କରାଯାଉଥିଲା। ବ୍ୟାଙ୍କ ହିସାବ ଅନୁସାରେ ଗ୍ରାହକର ଟଙ୍କା ଉଠାଇଲା ବେଳେ କାରବାର ଫେଲ ଯୋଗୁଁ ଉଠାଯାଇପାରିନଥିବା ଦର୍ଶାଉଥିବାବେଳେ ପ୍ରକୃତରେ ଏହି ସେମିନରୁ ଉଠିଛି ଯାହାର ହିସାବ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିପାରୁନଥିଲେ। ଏଭଳି ଉପାୟରେ ଦେଶର ବିଭିନ୍ନ ଘରୋଇ କେସ ଡିପୋଜିଟ ମେସିନରୁ ଏହି ଗ୍ୟାଙ୍ଗ ଲକ୍ଷ ଲକ୍ଷ ଲୁଟ କରି ଚାଲିଛନ୍ତି। ପ୍ରତ୍ୟେକ ଲୁଟରେ ଏହି ଯୁବକ ମାନଙ୍କର କମିଶନ ରହିଥାଏ ଏବଂ ଏମାନଙ୍କ ଭଳି ଅନେକ ଶିକ୍ଷିତ ଯୁବକ ଏହି ଗ୍ୟାଙ୍ଗରେ କାର୍ଯ୍ୟ କରୁଛନ୍ତି ବୋଲି ଏହି ଲୁଟେରା ମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ଏହି ଦୁଇ ଲୁଟେରା ଗତ ୨୧ ତାରିଖରେ ବୌଦ୍ଧରେ ପହଞ୍ଚି ଏକ ହୋଟେଲରେ ରହିବା ପରେ ବିଭିନ୍ନ ଏଟିଏମ ବୁଲି ଦେଖିଥିଲେ। ଶେଷରେ ଷ୍ଟେଟବ୍ୟାଙ୍କ (କୃଷିଶାଖା)ବୁଟୁପାଲି  ଠାରେ ଥିବା ଘରୋଇ କେସ ଡିପୋଜିଟ ଏଟିଏମର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ୨୨ ତାରିଖରେ ୨୦ହଜାର ଓ ୨୪ତାରିଖରେ ୧୦ହଜାର ଟଙ୍କା ଏଭଳି ଅଭିନବ ଉପାୟରେ ଉଠାଇ ସଙ୍ଗେ ସଙ୍ଗେ ଉତ୍ତରପ୍ରଦଶର ଏକ ଏକାଉଣ୍ଟରେ ଡିପୋଜିଟ କରିଥିବା ପୁଲିସକୁ ଜଣାଇଛନ୍ତି। ଏମାନଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ, ଆଧାର କାର୍ଡ, ପାନକାର୍ଡ ସହ ଅନ୍ୟାନ୍ୟ ଜିନଷ ଜବତ କରାଯାଇଛି।  ଏହା ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ ହୋଇଥିବାରୁ ଏହି ଘଟଣାକୁ ପୁଲିସ ଗୁରୁତ୍ୱ ସହ ନେଇ ଅଧିକ ତଦନ୍ତ ଚାଲୁ ରଖିଛି ବୋଲି ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories