www.samajalive.in
Monday, December 8, 2025
20.1 C
Bhubaneswar

ପୁଣି ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ : ଉତ୍ତର କୋରିଆ ଅଢ଼େଇ ଟନ୍‍ ଯୁଦ୍ଧାସ୍ତ୍ର ବହନ କ୍ଷମତା ଥିବା ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ହେବା ପରେ ଉତ୍ତର କୋରିଆ ପକ୍ଷରୁ ଜାରି ହୋଇଥିବା ଏହା ପ୍ରଥମ ବିବୃତ୍ତି। ପ୍ରାୟ ଏକବର୍ଷର ବ୍ୟବଧାନ ପରେ ଉତ୍ତର କୋରିଆର ଏହା ପ୍ରଥମ ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷଣ। ତା’ଛଡା ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍‍ କ୍ଷମତାକୁ ଆସିବା ପରେ ଉତ୍ତରକୋରିଆର ଏହା ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷଣ। ଶ୍ରୀ ବାଇଡେନ୍‍ କହିଛନ୍ତି ଆମେରିକା ଉତ୍ତରକୋରିଆର ଏଭଳି କାର୍ଯ୍ୟକଳାପର ଠିକଣା ଜବାବ ଦେବ। ଉତ୍ତରକୋରିଆ ଦ୍ୱାରା ଏହି କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ତୀବ୍ର ନିନ୍ଦା କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ପ୍ରସ୍ତାବରେ ଉତ୍ତରକୋରିଆକୁ କୌଣସି ପ୍ରକାରର ବାଲେଷ୍ଟିକ୍‍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପାଇଁ ନିଷେଧ କରାଯାଇଛି।
ଉତ୍ତରକୋରିଆରୁ ଜାରି ଏକ ଇସ୍ତାହାରରେ ସେଠାକାର ବରିଷ୍ଠ ନେତା ରି ପିୟୋଙ୍ଗ ଚୋଲ୍‍ କହିଛନ୍ତି ଏହି କ୍ଷେପଣାସ୍ତ୍ରର ବିକାଶ ଦ୍ୱାରା ଉତ୍ତରକୋରିଆର ସାମରିକ ଶକ୍ତି ବୃଦ୍ଧି ପାଇବ ଓ ଏହା ବାହ୍ୟ ଦେଶ ଗୁଡ଼ିକରୁ ଥିବା ବିପଦଗୁଡ଼ିକୁ ସାମ୍‍ନା କରିବାରେ ଦେଶର ସାମର୍ଥ୍ୟ ବୃଦ୍ଧି କରିବ। ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସେ ତଦାରଖ କରୁଥିଲେ। ସେ କହିଛନ୍ତି ଗତକାଲି ପରୀକ୍ଷା ହୋଇଥିବା ଏହି କ୍ଷେପଣାସ୍ତ୍ର ୬୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଅନ୍ୟପକ୍ଷରେ ଜାପାନ କହିଛି ସେହି କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories