www.samajalive.in
Monday, December 8, 2025
27.1 C
Bhubaneswar

ଚିକିତ୍ସାଧିନ ଅବସ୍ଥାରେ ନବମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକ ପେଣେକାମ ସେବାଶ୍ରମରେ ଚିକିତ୍ସାଧିନ ଅବସ୍ଥାରେ ନବମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ରବିନ୍ଦ୍ର ଉଲାକା। ସୂଚନା ମୁତାବକ ଉକ୍ତ ଛାତ୍ର ରବିନ୍ଦ୍ରଙ୍କ ହାତଗୋଡ଼ ବ୍ୟଥା ହେବା କାରଣରୁ ଗତ ୧୯ତାରିଖ ଦିନ ରାମନାଗୁଡା ଗେଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା କରାଯିବା ପରେ ଡାକ୍ତର ଜ୍ବର ହୋଇଥିବା କହିଥିଲେ। ପରେ ଔଷଧ ନେଇ ଚାଲିଆସିଥିଲେ। ପୁନର୍ବାର ଆଜି ପୂର୍ବାହ୍ନ ୮ଟା ସମୟରେ ରବିନ୍ଦ୍ର ପେଟରେ ଯନ୍ତ୍ରଣା ଦେଖାଦେବାରୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା ସମୟରେ ରବିନ୍ଦ୍ର ଅବସ୍ଥା ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୧୧ଘଣ୍ଟା ସମୟରେ ରବିନ୍ଦ୍ର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଡାକ୍ତରଖାନାରେ ଛାତ୍ର ରବିନ୍ଦ୍ର ମୃତ ଘୋଷଣା କରାଯାଇଥିବାବେଳେ ପରେ ମୃତ ଛାତ୍ର ରବିନ୍ଦ୍ରଙ୍କ ନିଜ ଘର ପାରଳାକୁ ଅଣାଯିବାପରେ ରବିନ୍ଦ୍ରଙ୍କ ବେକ ଓ ଆଣ୍ଠୁରେ କିଛି ଦାଗ ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ ଘଟଣାସ୍ଥଳରେ ପହଞ୍ଚି ପରିବାରଲୋକଙ୍କୁ ଆଶ୍ବସନା ଦେବା ସହ କିଭଳି ଭାବେ ଛାତ୍ର ମୃତ୍ୟୁ ଘଟିଲା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବାରମ୍ବାର ବିଭିନ୍ନ ଆଦିବାସୀସେବାଶ୍ରମ ଗୁଡିକରେ ଛାତ୍ର ମୁତ୍ୟୁ ହେଉଥିବା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories