www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଥକବି ଭୀମଭୋଇଙ୍କ ସ୍ମୃତିରେ ଡାକଟିକଟ ପ୍ରଚଳନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

କେନ୍ଦ୍ର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସନ୍ଥକବି ଭୀମଭୋଇଙ୍କ ସ୍ମୃତିରେ ଏକ ଡାକଟିକଟ ପ୍ରଚଳନ ପାଇଁ କେନ୍ଦ୍ର ଡାକ ତଥା ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ପାତ୍ରରେ ଦର୍ଶାଇଛନ୍ତି ଯେ ଓଡ଼ିଶାର ଜଣେ ମହାନ ଆଦିବାସୀ କବି, ଦାର୍ଶନିକ ତଥା ସମାଜ ସଂସାରକ ଭାବେ ପରିଚିତ ସନ୍ଥକବି ଭୀମଭୋଇଙ୍କ ସ୍ମୃତିରେ ଏକ ଡାକଟିକଟ ପ୍ରଚଳନ ନିମନ୍ତେ ରାଜ୍ୟବାସୀ, ବିଶେଷ କରି ପଶ୍ଚିମ ଓଡ଼ିଶାର ଅଧିବାସୀମାନଙ୍କ ମଧ୍ୟରେ ଜନମତ ପ୍ରକାଶ ପାଇଛି।

ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ଷଡ଼ଙ୍ଗୀ ସନ୍ଥକବି ଭୀମଭୋଇଙ୍କ ପଦ୍ୟାବଳୀର ଏକ ଅତି ଲୋକପ୍ରିୟ ଅଂଶ ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’ ଉଲ୍ଲେଖ କରିବା ସହ ଏହାର ଗୁଢ ଅର୍ଥ ବୁଝାଇ ଲେଖିଛନ୍ତି। ଜାତିସଂଘ ଓ ଭାରତୀୟ ସଂସଦ ଭବନରେ ସନ୍ଥକବିଙ୍କ ଗାଥା ବର୍ଣ୍ଣନା କରାଯାଇଥିବା ଦର୍ଶାଇ ଜୀବନର ମୂଲ୍ୟବୋଧକୁ ଅତି ସରଳ ଭାଷାରେ ବର୍ଣ୍ଣନା କରିଥିବା କବିଙ୍କ ସ୍ମୃତିରେ ଡାକଟିକଟ ପ୍ରଚଳନ କରାଗଲେ ତାହା ସନ୍ଥକବିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories