www.samajalive.in
Monday, December 8, 2025
17.1 C
Bhubaneswar

ନିୟନ୍ତ୍ରିତ ଓ ଆୟତାଧିନ ରହିଛି ବନାଗ୍ନି : ଫରେଷ୍ଟ ଫାୟାର ଟାସ୍କ ଫୋର୍ସ

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଆୟତ୍ତାଧିନ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ବନାଗ୍ନି ନାହିଁ। ଗତକାଲିର ଚନ୍ଦକା ଡମପଡ଼ା ଜଙ୍ଗଲ ବାହ୍ୟ ଅଞ୍ଚଳର ବନାଗ୍ନିକୁ ପ୍ରଶମିତ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହାୟତାରେ ନିଆଯାଇଥିବା ସମନ୍ୱିତ ଓ ସକ୍ରିୟ ପଦକ୍ଷେପ ଓ ବନ କ୍ଷେତ୍ର କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ବନାଗ୍ନିକୁ ନିୟନ୍ତ୍ରିତ ଓ ଆୟତାଧିନ କରାଯାଇପାରିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଏକ ପ୍ରେସ୍‌ ଇସ୍ତହାରରେ ସୂଚନା ଦେଇଛନ୍ତି।


ବର୍ଦ୍ଧିତ ମାନବ ଶକ୍ତି ଓ ଭିତିଭୂମି ସହ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାକୁ ଅଗ୍ନିପ୍ରବଣ ଅଂଚଳ ସହ ହଟ୍‌ସ୍ପଟ୍‌ଗୁଡ଼ିକର ବନାଗ୍ନିକୁ ଦମନ କରିବା ନିମନ୍ତେ ପ୍ରଭାବଶାଳୀ ଭାବେ ବିନିଯୋଗ କରାଯାଉଅଛି। ଆଗାମୀ ଦୀର୍ଘ ଗ୍ରୀଷ୍ମଋତୁ ଓ ତାପମାନ ବୃଦ୍ଧିକୁ ଆଖି ଆଗରେ ରଖି କ୍ଷେତ୍ରିୟ ଅଧିକାରୀ ଓ କର୍ମଚାରୀ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଅଛି। ସରକାର କ୍ଷେତ୍ର କର୍ମଚାରୀଙ୍କ ସହ ସମୀକ୍ଷା କରି ବନାଗ୍ନି ସ୍ଥିତିର ନିରନ୍ତର ତଦାରଖ କରିବା ଜାରି ରଖିଛନ୍ତି। ରାଜ୍ୟରେ ବନାଗ୍ନି ପରିସ୍ଥିତି ସମ୍ପୂର୍ଣ୍ଣ ଆୟତାଧିନ ଅଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଏକ ପ୍ରେସ୍‌ ଇସ୍ତହାରରେ ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories